ଇସ୍ପାତ ଶିଳ୍ପକୁ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ ପାଇଁ ଧର୍ମେନ୍ଦ୍ରଙ୍କ ବଡ଼ ଉଦ୍ୟମଖଣି ଲିଜ୍ ଆଉ ୨୦ ବର୍ଷ ବଢ଼ାଇପାରିବେ ରାଜ୍ୟ

ଭୁବନେଶ୍ୱର : ଇସ୍ପାତ କ୍ଷେତ୍ରରେ କଞ୍ଚାମାଲ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସରକାରୀ କମ୍ପାନୀ ଦ୍ୱାରା ଖଣି ଖନନ ନିଗମରେ ସଂଶୋଧନ ଅଣାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି । ସଂଶୋଧିତ ନିୟମାନୁସାରେ ସରକାରୀ କମ୍ପାନୀଗୁଡ଼ିକୁ ମିଳିଥିବା ଖଣି, ଲିଜ, ଯଦି ଖଣି କମ୍ପାନୀ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଲିଜ ସରିବାର ଅନ୍ତତଃ ବର୍ଷେ ପୂର୍ବରୁ ଲିଖିତ ଦରଖାସ୍ତ/ ଆବେଦନ କରନ୍ତି, ତେବେ ରାଜ୍ୟ ସରକାର ଖଣି ଲିଜକୁ ଆଉ ଅଧିକ ଏକକାଳୀନ ୨୦ ବର୍ଷ ଘୁଞ୍ଚାଇ ପାରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଭୟେ ଏହି ପ୍ରସଙ୍ଗରେ ପ୍ରଥମେ ହସ୍ତକ୍ଷେପ କରିଥିଲେ । ନିକଟରେ ଷ୍ଟିଲ ଅର୍ଥରିଟି ଅଫ ଇଣ୍ଡିଆ (ସେଲ) ନିଜ ଉତ୍ପାଦିତ ଲୁହାପଥରର ୨୫% ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରାଳୟ ଅନୁମତି ଦେଇଛି । ଉଲ୍ଲେଖଯୋଗ୍ୟ, ଏମଏମଡିଆର ଆକ୍ଟ ୧୯୭୫ ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ ଅବଧି ଶେଷ ହେବ । ନିକଟରେ ଖଣି ମନ୍ତ୍ରାଳୟ ଦ୍ୱାରା ପାରିତ ହୋଇଥିବା ଆଦେଶ ଭାରତୀୟ ଇସ୍ପାତ ଉଦ୍ୟୋଗର କଞ୍ଚାମାଲ ସୁରକ୍ଷାକୁ ସୁନିଶ୍ଚିତ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ