ଗାନ୍ଧୀଙ୍କ ଜୀବନର ମୂଲ୍ୟବୋଧକୁ ଦେଶବାସୀ ଆପଣାଇବା ହେବମହାତ୍ମାଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି – ଧର୍ମେନ୍ଦ୍ର ପ୍ରଧାନ

କଟକ, – ସାରା ଦେଶରେ ବିଜେପିର ଗାନ୍ଧୀ ସଂକଳ୍ପ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଓଡିଶାର କଟକ ଜିଲ୍ଲା ତେଲାଙ୍ଗାପେଣ୍ଠରୁ ବାଲିସାହୀ ପର୍ଯ୍ୟନ୍ତ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ  ଗାନ୍ଧୀଙ୍କ ଜୀବନର ମୂଲ୍ୟବୋଧକୁ ଦେଶବାସୀ ଆପଣାଇବା ହିଁ ମହାତ୍ମା ଗାନ୍ଧୀଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ  ବୋଲି ସେ କହିଛନ୍ତି । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ଆଜି ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ
ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଓଡିଶାର ଏହି ଐତିହାସିକ ସ୍ଥାନ ତଲେଙ୍ଗାନାପେଣ୍ଠରୁ ଗାନ୍ଧି ସଂକଳ୍ପ ପଦଯାତ୍ରା ଆୟୋଜନ କରାଯାଇଛି । ମହାତ୍ମା ଗାନ୍ଧିଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱେଦେଶୀ ଅର୍ଥନୀତି, ନୈତିକତାଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତା ଏବେ ମଧ୍ୟ ମହତ୍ୱ ରଖିଛି । ପ୍ଲାଷ୍ଟିକ୍ ମୁକ୍ତ ଭାରତ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ମହାତ୍ମା ଗାନ୍ଧୀ ବିଚାରକୁ ଜନ ଆନ୍ଦୋଳନରେ
ପରିଣତ କରିବା ଗାନ୍ଧୀଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାର ଅନନ୍ୟ ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ମହାତ୍ମାଗାନ୍ଧୀ, ଆମର ପ୍ରିୟ ବାପୁ । ଅହିଂସା ନୀତିରେ ଥିଲା ତାଙ୍କର ଅଖଣ୍ଡ ବିଶ୍ୱାସ । ଏହା କେବଳ ଆମର ଅସ୍ତିତ୍ୱର ଆଧାର ନୁହେଁ, ବରଂ ମାନବ ସମାଜ ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନିର୍ବାଯ୍ୟ  ଆବଶ୍ୟକତା । ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତି ପାଖରେ ସମସ୍ତ ଯୋଜନାର ଲାଭ ପହଁଚାଇବା  ଥିଲା ବାପୁଙ୍କ ବିଚାରର ଅନ୍ୟତମ ମୂଳମନ୍ତ୍ର । କେନ୍ଦ୍ରରେ ହେଉ ବା ରାଜ୍ୟରେ ଭାରତୀୟ ଜନତା ପାର୍ଟିର
ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ । ଗାନ୍ଧୀ ବିଚାରର ଲକ୍ଷ୍ୟ- ସର୍ବୋଦୟ । ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା’ ଘରେ ଉଜ୍ଜ୍ୱଳା ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ତା ଆଖିର ଲୁହ ପୋଛିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ଅଥବା ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦରିଦ୍ର, ବଂଚିତ, ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟସେବା ହେଉ, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ । ବାପୁଙ୍କ ସ୍ୱାବଲମ୍ବନଶୀଳତାର ସୂରୂପ ହେଉଛି ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ । ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦିଙ୍କ ମନ୍ତ୍ର- ସବ୍କା ସାଥ୍- ସବ୍କା ବିକାଶ- ସବ୍କା ବିଶ୍ୱାସ । ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବଭାରତ ନିର୍ମାଣ କରିବା ପାଇଁ  ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ