ସମୀରାଙ୍କ ସାହସିକତା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସମୀରା ରେ‡ୀ କର୍ଣ୍ଣାଟକର ସବୁଠୁ ଉଚ୍ଚ ପାହାଡ଼ ମୁଲାୟନଗିରି ଚଢ଼ି ଶୀର୍ଷ ଦେଶରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି, ସେ ତାଙ୍କର ୨ ମାସର ଝିଅ ନାୟରାକୁ ଧରି ଏହି ପାହାଡ଼ ଚଢ଼ିବାକୁ ପ୍ରୟାସ କରିଥିଲେ । ତାଙ୍କର ଏ ସାହସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏ ପାହଡ଼ ଚଢ଼ା ନେଇ ସାମବାର ଅପରାହ୍ନରେ ସମୀରା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଜରିଆରେ ଜଣାଇଥିଲେ । ସେ ପାହାଡ଼ ଚଢୁଥିବାର ଫଟୋ ଓ ଭିଡିଓ ପୋଷ୍ଟ୍ କରିଥିଲେ ।ପୋଷ୍ଟ କରିଥିବା ଭିଡିଓରେ ସମୀରା ଲେଖିଥିଲେ,“ନାୟରା ସହିତ ମୁଲାୟନଗିରି ପାହାଡ଼ ଚଢ଼ିବା ପାଇଁ ଚେଷ୍ଟା କରୁଛି । ମୁଁ ନିଃଶ୍ୱାସ ନେଇ ପାରୁନାହିଁ । ତେଣୁ ଅଧାରୁ ପାହାଡ଼ ଚଢ଼ିବା ବନ୍ଦ କରୁଛି । ଏହି ପାହାଡ଼ର ଉଚ୍ଚତା ୬୩୦୦ ଫିଟ୍ ଓ ଏହା କର୍ଣ୍ଣାଟକାର ସବୁଠାରୁ ଉଚ୍ଚ ପାହାଡ଼ । ସମୀରାଙ୍କର ଏହି ପାଷ୍ଟରେ ନୂଆ କରି ମା’ ହୋଇଥିବା ଅନେକ ମହିଳା ପ୍ରତିକ୍ରିୟା ଦେଇଛନ୍ତି । ସେମାନେ ତାଙ୍କଠାରୁ ପ୍ରେରଣା ପାଇଥିବା ଲେଖିଛନ୍ତି । ଏହାର ଜବାବରରେ ସମୀରା ଲେଖିଛନ୍ତି ଯେ ଏନେଇ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବାରୁ ସେ ବହୁତ ଖୁସି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ