ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ  ଧାନମଣ୍ଡି ଉଦଘାଟିତ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୁକ୍ରବାର ଧାନମଣ୍ଡି ଉଦଘାଟିତ ହେବା ସହିତ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣାଯାଇଥିବା ଜଣାପଡିଛି । ସିଦ୍ଧେଶ୍ଵର ଗ୍ରାମରେ ଧାନମଣ୍ଡିକୁ ସେବା  ସମବାୟ ସମିତିର  ପୂର୍ବତନ ସଭାପତି ବନମାଳି ଜେନା ଉଦଘାଟନ କରିଥିବା ବେଳେ ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କ ସମେତ ମିଲ ମାଲିକ ମାନେ ଉପସ୍ଥିତ ଥିଲେ । ଏହିପରି ବାସୁଦେବପୁର ପ୍ରାଥମିକ ସେବାସମବାୟ ସମିତିରେ ଧାନ ମଣ୍ଡିକୁ ସରପଞ୍ଚ ରବିନାରାୟଣ ପାଢ଼ୀ ଉଦଘାଟନ କରିଥିବା ବେଳେ ପାଟପୁର ବି.ସି.ସି. ବ୍ୟାଙ୍କର ଶାଖାପରିଚାଳକ ନିରଞ୍ଜନ ପୃଷ୍ଟି ସମିତିର ପୂର୍ବତନ ସଭାପତି ଡି.ସନାତନ ଦୋରା ସମ୍ପାଦକ ଏସ.ହରିରେଡି ମିଲର କୈଳାସ ଚନ୍ଦ୍ରପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗୋକର୍ଣ୍ଣପୁର ଠାରେ ଧାନ ମଣ୍ଡି କୁ ପ୍ରାଥମିକ ସେବାସମବାୟ ସମିତିର  ସଭାପତି ଅସିତ କୁମାର ସାହୁ ଉଦଘାଟନ କରିଥିଲେ।  ସେବାସମବାୟ ସମିତିର  ସମ୍ପାଦକ କମଳ ମିଶ୍ର ଓ ସାମାଜିକ କର୍ମୀ ଜି.ନନ୍ଦନ ଦୋରା ସମେତ ମିଲର ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଫାସିଗୁଡା ସେବାସମବାୟ ସମିତି ର ଧାନମଣ୍ଡି କୁ ପାଟପୁର ବିସିସି ବ୍ୟାଙ୍କ ଶାଖା ପରିଚାଳକ ନିରଞ୍ଜନ ପୃଷ୍ଟି ଉଦଘାଟନ କରିଥିବା ବେଳେ ସମିତିର ପୂର୍ବତନ ସଭାପତି  ଶିବରାମ ପ୍ରଧାନ ,ସରପଞ୍ଚ ଦିଲ୍ଲିପ କୁମାର ସେଠୀ ଏବଂ ବରିଷ୍ଠ ଚାଷୀ ସିମାଞ୍ଚଳ ମାଦଳା ଓ ସମିତିର ସମ୍ପାଦକ ଫିରୋଜ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଭିଷ୍ମଗିରୀ ସେବାସମବାୟ ସମିତିର ଧାନ ମଣ୍ଡିକୁ ସରପଞ୍ଚ ପିତାମ୍ବର ଗୌଡ ଉଦଘାଟନ କରିଥିବା ବେଳେ ସମିତି ସଭ୍ୟ ନରେନ୍ଦ୍ର ପାଢ଼ୀ,  ଗୋପିନାଥ ମଳିକ  ଏବଂ ସମିତିର ସମ୍ପାଦକ ରମେଶ କୁମାର ବାଡତ୍ୟା ପ୍ରମୁଖ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ବିଭିନ୍ନ ମଣ୍ଡି ରେ ଚାଷୀଙ୍କ ଠାରୁ ୪ ଶହ କୁଇଁଣ୍ଟାଲ ଧାନ ସରକାରୀ ଦରରେ କ୍ରୟ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ