ବିଦ୍ୟୁତ ତାର ଛିଡି ଟ୍ରାକ୍ଟର ଓ ଚାଳକ ଜଳିଯିବା ସହ ଧାନ ଗଦା ପୋଡି ପାଉଁଶ

ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମରେ ଟ୍ରାକ୍ଟର ଦ୍ୱାରା ଧାନ ଫସଲ ଅମଳ ହେଉଥିବା ବେଳେ ବିଦ୍ୟୁତ ତାର ଛିଡି ଟ୍ରାକ୍ଟର ଉପରେ ପଡିବା ଦ୍ୱାରା ଗାଡିସହ ଚାଳକ ଜଳି ଯାଇଥିବା ବେଳେ ଚାଳକ ମେଡ଼ିକାଲରେ ମୃତ୍ୟୁ ବରଣ କରିଛନ୍ତି । ଏଥିସହ ଅମଳ ହେଉଥିବା ଧାନ ସହ ଧାନ ଗଦା ପୋଡି ପାଉଁଶ ହୋଇଯାଇଛି । ବି.ବ୍ରହ୍ମପୁର ଗ୍ରାମରେ ଜଣେ ଚାଷୀଙ୍କ ଧାନ ଅମଳ ପାଇଁ ଦଦରାଖୋଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର(ଓଡି ୩୨ ଏଫ ୬୬୩୮) ଆଣିଥିଲେ  । ଟ୍ରାକ୍ଟର ଦ୍ୱାରା ଧାନ ଅମଳ ହେଉଥିବା ବେଳେ ହଠାତ୍ ବିଦ୍ୟୁତ ତାର ଛିଡି ଯାଇ ଟ୍ରାକ୍ଟର ଓ ଚାଳକଙ୍କ ଉପରେ ପଡିବା ଦ୍ୱାରା ଗାଡିସହ ଚାଳକ ଜଳି ଯାଇଥିଲେ। ଟ୍ରାକ୍ଟର ଚାଳକ ମନୋଜ କୁମାର ପ୍ରଧାନ(୩୦) ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ବିଦ୍ୟୁତ ତାର ପଡି ମନୋଜ ଜଳି ଯାଉଥିବା ବେଳେ ବି.ବ୍ରହ୍ମପୁର ଗ୍ରାମର ଲୋକମାନେ ଶୁଖିଲା ବାଉଁଶ ଦ୍ୱାର ବିଦ୍ୟୁତ ତାର ବାହାର କରି ମନୋଜଙ୍କୁ ଉଦ୍ଧାର କରିଥିଲେ । ଦମକଳ ବାହିନୀର କର୍ମଚାରୀ ବୃନ୍ଦ ଗୋଟିଏ ଗାଡିରେ ପୋଡିଯାଇଥିବା ଚାଳକ ମନୋଜ ପ୍ରଧାନଙ୍କୁ ବୁଗୁଡା ମେଡ଼ିକାଲ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ବିଦ୍ୟୁତ ତାର ଛିଣ୍ଡି ଟ୍ରାକ୍ଟର ପୋଡିବା ସହ ଅମଳ ଧାନ ଓ ଧାନ ଗଦା ପୋଡ଼ି ଯାଉଥିବା ବେଳେ ଆଉ ଦୁଇଟି ଗାଡିର ଦମକଳ ବାହିନୀ କର୍ମଚାରୀ ନିଆଁକୁ ଆୟତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ