ସୃଜନଶୀଳ ବିକାଶ ପ୍ରତିଯୋଗୀତା ୬ରେ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଶ୍ରୀନିବାସ ସ୍ମୃତି ସଂସଦ ଷଡଙ୍ଗର ବାର୍ଷିକ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ପାଇଁ ସୃଜନଶୀଳ ବିକାଶ (ରଚନା) ପ୍ରତିଯୋଗୀତା ଆୟୋଜନ କରି ଆସୁଅଛି । ପ୍ରତିବର୍ଷ ପରି ଚଳିତବର୍ଷ ଆସନ୍ତା ୬ତାରିଖ ରବିବାର ଦିନ ଷଡଙ୍ଗ ହାଇସ୍କୁଲ ଠାରେ ଏହା ଅନୁଷ୍ଠିତ ହେବ । ଏଥିରେ ପ୍ରଥମରୁ ସପ୍ତମ କନିଷ୍ଠ ବିଭାଗ ଓ ୮ମରୁ ୧୦ମ ବରିଷ୍ଠ ବିଭାଗ ଭଳି ଦୁଇଟି ଗ୍ରୁପରେ ଅନ୍ତର୍ଭୁକ୍ତ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ (ରଚନା) ପ୍ରତିଯୋଗୀତା ଅନୁଷ୍ଠିତ ହେବ । ସକାଳ୧୦ଟାରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତି ବିଦ୍ୟାଳୟରୁ ପ୍ରତ୍ୟେକ ବିଭାଗରେ ଜଣେ ଲେଖା,ଁ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିପାରିବେ ବୋଲି ସମ୍ପାଦକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ