ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଷୋଳମପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ମହିଳା ଜଣକ ସକାଳୁ ଘରର ବାସିକାମ କରୁଥିଲେ । ପରେ ଦାଣ୍ଡବାଡି ଓହଳାଇବା ପାଇଁ ବାହାରକୁ ଆସିଥିବାବେଳେ ଜଣେ ଯୁବକ ତାଙ୍କୁ ଟଣାଓଟରା କରିଥିଲା । ଏପରିକି ଦୁଷ୍କର୍ମ ପାଇଁ ମଧ୍ୟ ଉନ୍ମୋକ୍ତ ଯୁବକ ଜଣକ ଉଦ୍ୟମ କରିଥିଲା । ମହିଳା ଜଣକ ପାଟିତୁଣ୍ଡ କରିବାରୁ ଯୁବକ ଜଣକ ସେଠାରୁ ପଳାଇଯାଇଥିଲା । ଏହାପରେ ସେ ଥାନାରେ ଜଣାଇବା ପରେ ପୁଲିସ ପକ୍ଷରୁ ତତକ୍ଷଣାତ ୨୬୧/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବାରୁ ତାକୁ ଗିିରଫ ପାଇଁ ଉଦ୍ୟମ ଚଳାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ