ପୋଲସରା ମୁଠା ଓ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜ ମିଳିତ ବୈଠକ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବିଶ୍ୱକର୍ମା ଭବନ ଠାରେ ପୋଲସରା ମୁଠା ଓ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ତାଲୁକା ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଘୁମୁସର ତାଲୁକା ସଂପାଦକ ରତ୍ନାକର ମହାରଣା ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୋଲସରା ମୁଠା ସଭାପତି ମଦନ ମହାରଣା ଓ ସଂପାଦକ ବିକ୍ରମ ମହାରଣା ଅତିଥି ଭାବେ ଯୋଗଦାନ କରି ଉଭୟ ତାଲୁକା ମଧ୍ୟରେ କୌଳିକ ସଂପର୍କ ଅଧିକ ସୁଦୃଢ ପାଇଁ ମତ ରଖିଥିଲେ । ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରାଥମିକ ଦାୟିତ୍ୱ କୁଳ ସମାଜ ଗ୍ରହଣ କରିଥାଏ ବୋଲି ଉପସ୍ଥିତ ଉଭୟ ତାଲୁକାର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ଗୋପାଳକୃଷ୍ଣ ମହାରଣା (ମାଣିତରା), କୋଷାଧ୍ୟକ୍ଷ ଗଣପତି ମହାରଣା (ବୁଗୁଡା), ଉପଦେଷ୍ଟା ଦୁଃଖିଶ୍ୟାମ ମହାରଣା (ଆଦିପୁର), ଶିବରାମ ମହାରଣା (ନୂଆଁଗଡ), ହରିମୋହନ ମହାରଣା (ଜିରୁଳି) ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ତାଲୁକା ଉପଦେଷ୍ଟା ରାଜେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।