ବ୍ୟବସାୟୀଙ୍କ ଠାରୁ ଅଭିନବ ଉପାୟରେ ଟଙ୍କା ବ୍ୟାଗ ଲୁଟିଲେ ଦୁବୃର୍ତ୍ତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଚିକିଟିପେଣ୍ଠ- ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀ ଙ୍କ ଠାରୁ ୬୦ ହଜାର ଟଙ୍କା ଥିବା ହ୍ୟାଣ୍ଡ ବ୍ୟାଗ କୁ ବୁଧବାର ମଧ୍ୟାହ୍ନ ପ୍ରାୟ ୨ ଟାରେ କିଛି ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଧାନଘର ଗାଁ ଛକରେ ବହି ଦୋକାନ କରିଥିବା ବ୍ୟବସାୟୀ ଜଣକ ଚିକିଟିପେଣ୍ଠ ରାସ୍ତାକଡ ରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ରେ ଥିବା ଜମାଖାତା ରୁ କୁଞ୍ଜନ ୬୦ ହଜାର ଟଙ୍କା ଉଠାଇ ୟୁନିୟନ ବ୍ୟାଙ୍କ ରେ ଥିବା ତାଙ୍କ ଭଉଣୀ ଙ୍କ ଜମାଖାତା ରେ ଡିପୋଜିଟ କରିବାକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ବୃନ୍ଦ ଖାଇବାକୁ ଚାଲିଯାଇଥିବା ଜାଣିବା ପରେ ସେ ଘରକୁ ଫେରୁଥିଲେ। ରାସ୍ତାରେ ଜଣେ ଅଜଣା ଯୁବକ ବାଇକ ଯୋଗେ ତାଙ୍କ ପାଖକୁ ଆସି ତୁମର ୧ ଶହ ଟଙ୍କା ପଡ଼ିଯାଇଛି କହିଥିଲେ।ସେ ଉକ୍ତ ଟଙ୍କା କୁ ଗୋଟାଉ ଥିବା ବେଳେ ଅଜଣା ଯୁବକ ଜଣକ ତାଙ୍କ ହାତ ରୁ ଟଙ୍କା ଥିବା ବ୍ୟାଗ କୁ ଝାମ୍ପି ନେଇ ଦ୍ରୁତଗତି ରେ ଚମ୍ପଟ ମାରିଥିଲେ। କୁଞ୍ଜନ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିବା ଜଣାପଡିଛି। ପୋଲିସ ବିଭିନ୍ନ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁବୃର୍ତ୍ତଙ୍କ ଗତିବିଧିକୁ ଯାଞ୍ଚ କରି ଫେରିଥିବା ଜଣାପଡିଛି । ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତା ରେ ବ୍ୟବସାୟୀ ଙ୍କ ଠାରୁ କୌଶଳକ୍ରମେ ଅଭିନବ ଉପାୟରେ ଦୁର୍ବୃତ୍ତ ଜଣକ ଟଙ୍କା ବ୍ୟାଗ କୁ ଝାମ୍ପିି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ