ବିଜେପିର ଭିକାରିପଲ୍ଲୀ ମଣ୍ଡଳରେ ଏକ ରାଷ୍ଟ୍ର ଏକ ସମ୍ବିଧାନ କାର୍ଯ୍ୟକ୍ରମ
ଛତ୍ରପୁର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି ଭିକାରିପଲ୍ଲୀ ମଣ୍ଡଳ ପକ୍ଷରୁ ଲଣ୍ଡାବାଉଁଶ ଗ୍ରାମରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରି ପଦଯାତ୍ରା ଗ୍ରାମରୁ ବାହାରି ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ଗାଣ୍ଡୁଚରଣ ଗୌଡ଼ଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକର୍ତା ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ରାଷ୍ଟ୍ର ଏକ ସମ୍ବିଧାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ, ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶ୍ରମ କମିଶନର ତ୍ରିନାଥ ବେହେରା, ଜିଲ୍ଲା ଉପସଭାପତି ଡି.କାନକେୟା ରେଡ୍ଡି, ରାଜ୍ୟ ପରିଷଦ ସଦସ୍ୟ ଭୀମସେନ ବେହେରା, ଛତ୍ରପୁର ମଣ୍ଡଳ ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ପି.ଚନ୍ଦ୍ରଶେଖର ରାଓ, ଉପସଭାପତି ନରସିଂହ ପାଢ଼ୀ, ମନୋଜ କୁମାର ବେହେରା, ସମ୍ପାଦକ କେ.ରାମା ରାଓ, ତ୍ରିପତି ରାଓ, ମନୋଜ ବେହେରା, ଯୁବମୋର୍ଚା ସଭାପତି ପି.ରଘୁ ରେଡ୍ଡି, ଉମାଶଙ୍କର ମହାନ୍ତି, ନୀର ବେହେରା, ଗୋପାଳ ପ୍ରହରାଜ, ରାଜା ରାଓ, ଜଗଦୀଶ ରେଡ୍ଡି, ଇ.ପ୍ରମୋଦ କୁମାରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଶେଷରେ ଯୁବ ନେତା ଲକ୍ଷ୍ମୀନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


