ପୁଣି ଭଂଶାଲୀଙ୍କ ସହ ରଣବୀର ଓ ଦୀପିକା

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ ଅନ୍ୟତମ ହିଟ୍ ଯୋଡ଼ି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ । ଏହି ଯୋଡ଼ିକୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍ ହିଟ୍ ହୋଇଛି । ଏହି ହିଟ୍ ଯୋଡ଼ିକୁ ନେଇ ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏକ ଫିଲ୍ମ କରୁଥିବା ଜଣାପଡ଼ିଛି । ୨୦୧୮ରେ “ପଦ୍ମାବତ୍’ରେ ଏ ଦୁହେଁ ଭଂଶାଲୀଙ୍କ ସହ କାମ କରିଥିଲେ । ଅବଶ୍ୟ ଏ ଫିଲ୍ମରେ ରଣବୀର ଓ ଦୀପିକା ପରସ୍ପର ବିପକ୍ଷରେ ଅଭିନୟ କରି ନଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରାଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ ।
ନିକଟରେ ରଣବୀରଙ୍କୁ ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା । ଭଂଶାଲୀ ତାଙ୍କୁ ଦେଖା କରିବା ପାଇଁ ଡକାଇଥିଲେ । ଆଉ ସେହି ଦିନଠାରୁ ସମସ୍ତେ ସମସ୍ତେ ଅନ୍ଦାଜ ଲଗାଇବା ଆରମ୍ଭ କରି ଦେଇଥିଲେ ଯେ ରଣବୀର ନିଶ୍ଚିତ ଭଂଶାଲୀଙ୍କ ଆଗାମୀ ଫିଲ୍ମରେ କାମ କରିବେ । ଏହା ପୂର୍ବରୁ ଦୀପିକାଙ୍କୁ ମଧ୍ୟ ଭଂଶାଲୀ ଦେଖା କରିବାକୁ ଡକାଇଥିଲେ । ସେ ମଧ୍ୟ ଗଣମାଧ୍ୟମର ଫଟୋଗ୍ରାଫରଙ୍କଠୁ ଲୁଚି ପାରି ନ ଥିଲେ । ଏଣୁ ଏ ଦୁଇ ଜଣଙ୍କୁ ନେଇ ଭଂଶାଲୀ କିଛି ବଡ଼ ପ୍ରୋଜେକ୍ଟ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ