ଭାରତ ଗୋଟାଏ ଦେଶ, ପାନ୍ଥଶାଳା ନୁହେଁ; ଅନୁପ୍ରବେଶକାରୀଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ: ଜେପି ନଡା
ବାକାରା: ପ୍ରକାରାନ୍ତରେ “ନେସ୍ନାଲ୍ ରେଜିଷ୍ଟର୍ ଅଫ୍ ସିଟିଜେନ୍ସ୍’ର ଉପଲକ୍ଷ୍ୟ ଦେଇ ବିଜେପିର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡା କହିଛନ୍ତି ଯେ ଦେଶରେ ଅନୁପ୍ରବେଶକାରୀଙ୍କୁ ରଖାଇ ଦିଆଯିବନାହିଁ ।
ସେ କହିଲେ: ଆଗାମୀ ଦିନମାନଙ୍କରେ ଆମେ ଏ ଭଳି ବ୍ୟବସ୍ଥା କରିବୁ ଯେ ଆମ ଦେଶରେ କୌଣସି ଅନୁପ୍ରବେଶକାରୀ ରହି ପାରିବେ ନାହିଁ । ଅନୁପ୍ରବେଶକାରୀମାନେ ବାହାରି ଯିବେ, କିନ୍ତୁ ଦେଶ ବାହାରେ ନିର୍ୟାତିତ ହିନ୍ଦୁ, ଜୈନ, ଶିଖ ଓ ଖ୍ରୀଷ୍ଟିଆନମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ । ଏଇଟା ଗୋଟାଏ ଦେଶ, ପାନ୍ଥଶାଳା ନୁହେଁ । ଶୁକ୍ରବାର ଦିନ ଝାଡ଼ଖଣ୍ଡର ବାକାରାରେ ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍ବୋଧନ ଦେଇ ବିଜେପିର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେଇଛନ୍ତି । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ରାଜ୍ୟ ବିଜେପି ନେତାମାନେ ମଧ୍ୟ ଏହି ଅନୁଷ୍ଠାନରେ ଉପସ୍ଥିତ ଥିଲେ ।
ଭାଷଣରେ ନଡା ଧାରା ୩୭୦ ଉଚ୍ଛେଦ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୁଷ୍ଟନ୍ ଗସ୍ତ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର କାର୍ୟ୍ୟାନୁଷ୍ଠାନ ସଂକ୍ରାନ୍ତରେ ମଧ୍ୟ ସେ କହିଥିଲେ ।


