ଖୋଲାହେଲା ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର , କରୋନା ମହାମାରୀ ପାଇଁ ଦିର୍ଘ ମାସ ହେଲା ବନ୍ଦ ଥିଲା । ସକାଳ 8 ଟା ରୁ ଖୋଲିଛି ମନ୍ଦିର

କଳାହାଣ୍ଡିର,(ଓ୍ବାଇଏନ୍ଏସ୍): ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ମନ୍ଦିର ଆଜି ଖୋଲିଛି । କରୋନା ମହାମାରୀ ପାଇଁ ଦିର୍ଘ ମାସ ହେଲା ବନ୍ଦ ଥିଲା ମନ୍ଦିର ଶେଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରିବା ସହ ଭକ୍ତ କୁ ମା ଙ୍କ ଦର୍ଶନ କରିବା ପାଇ ଆଜିଠାରୁ ଯାଇପାରିବେ । ମା ଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଏକାଥରକେ କେବଳ 20 ଜଣ ଭକ୍ତ ଯାଇପାରିବେ । ସିଂହଦ୍ବାର ବାହାରେ ଥିବା ଭକ୍ତ ମାନେ ଧାଡିରେ ଠିଆ ହୋଇ ରହିବେ । ଏଥିପାଇଁ 4 ଜଣ ସ୍ବେଚ୍ଛାସେବୀ , ପୋଲିସ କର୍ମଚାରୀ ସକାଳେ ଏବଂ ସନ୍ଧ୍ୟାରେ ସହଯୋଗ କରିବେ । ସକାଳ 8 ଟାରୁ 11 ଟା ପର୍ଯ୍ଯନ୍ତ ଓ ସନ୍ଧ୍ଯା 5 ଟାରୁ 7 ଟା ପର୍ଯ୍ଯନ୍ତ ଭକ୍ତ ଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ତେବେ ମା ଙ୍କ ଦର୍ଶନ ପାଇଁ ଆଜି ଭବାନିପାଟଣାର ପ୍ରଥମ ଓ ଦୁତୀୟ ନମ୍ବର ୱାର୍ଡ ଦର୍ଶନ କରିବା ସହ ଏଭଳି ପ୍ରତିଦିନ ଦୁଇଟି ୱାର୍ଡ ର ଜନସାଧାରଣ ଦର୍ଶନ କରିପାରିବେ ଏଥିପାଇଁ ଭକ୍ତ ମାନେ ନିଜ ୱାର୍ଡ ର କୌଣସି ପରିଚୟପତ୍ର ଆଣିବା ପାଇ ପ୍ରସାଶନ ଅନୁରୋଧ କରିଛି । ମନ୍ଦିର ଭିତରକୁ କୌଣସିପ୍ରକାର ଭକ୍ତ ଭୋଗ ସାମଗ୍ରି , ଫୁଲ , ଧୁପକାଠି ସବୁ ବାରଣ କରାଯାଇଛି । ସେହିଭଳି କରୋନା ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧିବା , ସମାଜିକ ଦୁରତା ରକ୍ଷା କରିବା ସହ କୌଣସି ଭକ୍ତ କୁ ଜ୍ବର କିମ୍ବା ଥଣ୍ଡା କାଶ ହେଉଥିଲେ ସେହି ଭକ୍ତକୁ ଦର୍ଶନ କରିବା ପାଇଁ ବାରଣ କରାଯିବ । ଭକ୍ତ ଙ୍କ ଦର୍ଶନ କରିବା ପାଇଁ ବେରିକେଡ ମଧ୍ଯ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ