ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର କୁନିଝିଅ ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ଜନତାପାର୍ଟି ପକ୍ଷରୁ ସାମୁହିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ସ୍ଥାନୀୟ ପାଳଦା ବାଙ୍କ ନିକଟ ହନୁମାନ ମନ୍ଦିର ଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଟ ବିଜେପି ନେତା ବସନ୍ତ ରାଉତ, ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ, ଗିରିଶ ସାମଲ ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ନିର୍ମଳ କର, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ସନ୍ତୋଷ ସାହୁ, ଶିବାନୀ ଶଙ୍କର ସ୍ୱାଇଁ, ଅମୂଲ୍ୟ ସେଠୀ, ଭୀମସେନ ନାୟକ , ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ପ୍ରଦ୍ୟୁମ୍ନ ସେନାପତି, ପ୍ରହ୍ଲାଦ ସାହୁ, ଶିବାନନ୍ଦ ସାହୁ ବିଜେପି କର୍ମୀମାନେ ପରୀକୁ ନ୍ୟାୟ ପାଇଁ ହାନୁମାନଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।


