ମାଆ ବ୍ରାହ୍ମଣ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ରେ ଚାରି ଦଳଙ୍କ ସ୍ଥାନ ପକ୍କା

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଥିବା ଉପଖଣ୍ଡ ସ୍ତରୀୟ ମାଆ ବ୍ରାହ୍ମଣ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ଲିଗ୍ ପର୍ଯ୍ୟାୟ ଏବଂ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ପରେ ସେମି ଫାଇନାଲ୍ ରେ ଦଦରାଲୁଣ୍ଡା ,କେକେ ମୋଟର୍ସ୍, ଖଇରପୁଟି ଏବଂ ଭଞ୍ଜନଗର ଟିମ୍ ନିଜର ସ୍ଥାନ ପକ୍କା କରିଛନ୍ତି I ସୂଚନା ଅନୁସାରେ ଗତ ନଅ ତାରିଖରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ରେ ଦଦରାଲୁଣ୍ଡା ପନ୍ତିଖାରୀ ଟିମ୍ କୁ ହରାଇ ସେମିଫାଇନାଲ୍ ରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ରେ କେକେ ମୋଟର୍ସ୍ ଆଲୀପୁର ଟିମ୍ କୁ ହରାଇ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲ୍ ରେ ପ୍ରବେଶ କରିଥିଲା I ସେହିପରି ଗତ କାଲି ଖେଳା ଯାଇଥିବା ଦୁଇଟି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ରେ ବାହାଡାପଦରକୁ ହରାଇ ଖଇରପୁଟି ଏବଂ ଘୁମୁସର ଟିମ୍ କୁ ହରାଇ ଭଞ୍ଜନଗର ଟିମ୍ ସେମିଫାଇନାଲ୍ ରେ ସ୍ଥାନ ପକ୍କା କରିଛନ୍ତି I ପ୍ରକାଶ ଥାଉ କି ଗତ କାଲିର ମ୍ୟାଚ୍ ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏବଂ ବେଲଗୁଣ୍ଠା ଏନ୍ଏସିର ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍ ଯୋଗ ଦେଇ ଖେଳାଳୀ ଏବଂ ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସହ କରୋନା ସମୟରେ ନିଜ ନିଜର ଯତ୍ନ ଦେବାକୁ ପରାମର୍ଶ ଦେଇଥିଲେ I ଏହା ସହିତ ବିଧାୟକ ଶ୍ରୀ ଜେନା ଆୟୋଜକଙ୍କୁ ନିଜ ତରଫରୁ ୧୫୦୦୦ ଟଙ୍କାର ଏକ ପ୍ରୋତ୍ସାହିତ ରାଶି ପ୍ରଦାନ କରିଥିଲେ I ସୁମନ ପୋଲାଇ ଏବଂ ରାମେଶ୍ୱର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ