ନାରଙ୍ଗବସ୍ତ ରେ ଏକ ଦିବସୀୟ ରାତ୍ରି କାଳୀନ ବ୍ୟାଡ୍ ମିଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ନାରଙ୍ଗବସ୍ତ ମା ପନ୍ଥେଇ ଦେବୀ ୟୁଥ କ୍ଳବ ଆନୁକୂଲ୍ୟରେ ଏକ ଦିବସୀୟ ରାତ୍ରି କାଳୀନ ବ୍ୟାଡ୍ ମିଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ୮ ଟି ଟିମ୍ ଜୁନିୟର ଏବଂ ୮ଟି ଟିମ୍ ସିନିୟର ଭାଗନେଇଥିଲେ । ଜୁନିୟର୍ ରୁ ଗୋଲ୍ଡନ୍ ଷ୍ଟାର ପ୍ରଗତି ସ୍ପୋର୍ଟିଂ କୁ ହରାଇ ବିଜୟ ହେବା ସହ ସିନିୟର ରୁ ଲୋକାଲ୍ ଟାଇଗର କୁ ହରାଇ ଟିମ୍ କମାଣ୍ଡେ ବିଜୟ ହାସଲ କରିଥିଲା ।ଉକ୍ତ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୈାୟମ୍ ସମ୍ଭୁ ସ୍ୱାଇଁ, ସମ୍ମାନିତ ଅତିଥିଭାବେ ନିର୍ମଳ ଜେନା ଯୋଗ ଦେଇ ବିଜୟ ଦଳର ଅଧିନାୟକ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ମୁଖ୍ୟ ରେଫରୀ ମଣ୍ଟୁ ସାମଲ ଖେଳ ପରିଚାଳନା କରିଥିଲେ । କ୍ଳବ୍ ର ସମସ୍ତ ସଦସ୍ୟ ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ସାହାଯ୍ୟ ସହଯୋଗ କରିଥିଲେ।


