କଟକରୁ ୫୦୦ ଏଲପିଜି ଗ୍ୟାସ୍ ସିଲିଣ୍ଡର ଜବତ
କଟକ(ଓ୍ବାଇଏନଏସ): କଟକରୁ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ । ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ୍, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଚଢାଉ କରାଯାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ୬୦ ପାର୍ଶ୍ୱରେ ଏକ ଘରୁ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ ବଣ୍ଟନ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ପୁଲିସ୍ ଦୁଇ ଯୁବକଙ୍କୁ ଅଟକ ରଖିବା ସହ ୩ଟି ଗାଡ଼ି ଜବତ କରିଥିଲା। ଏହାବ୍ୟତୀତ ଉକ୍ତ ସ୍ଥାନକୁ ସିଲ୍ ମଧ୍ୟ କରିଥିଲା। କିଛି ଦିନ ପୂର୍ବରୁ ଏପ୍ରିଲ ୨୩ ତାରିଖରେ ଏହି ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ୫୫୨ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା।


