ଓଡିଶା ରାଜନୀତିରେ ବାପା ବିଜେଡି କୁ ପୁଅ ବିଜେପି

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନଙ୍କ ରଣନୀତି ସାରଣୀ ସେତେ ଜଟିଳ ହେବାରେ ଲାଗିଛି । ଓଡିଶାରେ ରାଜନୀତି ପାଇଁ ବାପା ଓ ପୁଅ ଭିତରେ ଦଳ ପାଇଁ ଲଢେଇ ହୋଇଥିବା ଦେଖିବାକୁ ମିଳିଛି । ଓଡିଶାରେ ଏପରି ପୂର୍ବରୁ କେବେ ଦେଖାଦେଇନଥିବା ବେଳେ ଚଳିତ ନିର୍ବାଚନରେ ଏହା ଘଟିବାକ ୁ ଯାଉଛି । ଦାମଦୋର ରାଉତ ବିଜେଡିର ୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କ ପୁୃୃଅ ବିଜେଡିରେ ରହିଛନ୍ତି ।ଏପରିକି ନିଜ ବାପା ଙ୍କ ବିରୋଦ୍ଧରେ ଲଢେଇ କରିବାକୁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ଓଡିଶାର ବିଜେଡିର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁତ୍ର ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଉଛି । ପ୍ରଶାନ୍ତ ନନ୍ଦ ପୂର୍ବରୁ ବିଜେପିରେ ଥିବାବେଳେ ବେଗୁନିଆରୁ ଲଢି ବିଜୟୀ ହେବା ସହିତ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ।ଏହାପରେ ଏନସପିରୁ ଲଢି ମଧ୍ୟ ବେଗୁନିଆରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ବିଜେଡିରୁ ଋଷଭ ନିରାଶ ହେବା ପରେ ବେଗୁନିଆରୁ ପ୍ରାର୍ଥୀ ହେବା ଆଶାରେ ବିଜେପିରେ ଯୋଗ ଦେଇଛନ୍ତି। କାରଣ ବେଗୁନିଆରେ ବିଜେପିର କୌଣସି ଜଣାଶୁଣା ନେତା ପ୍ରାର୍ଥୀ ହେବାକୁ ନଥିବାରୁ ଋଷଭ ସେଠାରୁ ପ୍ରାର୍ଥୀ ହୋଇ ଜତିବା ସହ ବିଧାନସଭାକୁ ଯିବାକ ୁ ଲକ୍ଷ୍ୟ ରଖିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ