ସମବାୟ ସମିତି ସମ୍ପାଦକ ଦୁର୍ନୀତିରେ ଲିପ୍ତ ଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କାଶୀନଗର ବ୍ଲକ ଚୁଡଙ୍ଗପୁର ସମବାୟ ସମିତି ସମ୍ପାଦକ ଦୁର୍ନୀତିରେ ଲିପ୍ତ ଥିବା ନେଇ ଧୋବାଜୟପୁର ଗ୍ରାମର ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଜଣାଇଛନ୍ତି । ଚାଷୀମାନଙ୍କ ଅଭିଯୋଗ ପ୍ରକାରେ ସମବାୟ ସମିତିର ସମ୍ପାଦକ ଟୋକେନ୍ ଦେବାରେ ପାତରଅନ୍ତର କରିବା ସହ ଜମି ନଥିବା ଲୋକଙ୍କୁ ଚାଷୀ ଭାବେ ଚିହ୍ନଟ କରିଛନ୍ତି । ସେହିପରି ୧୦ଏକର ଜମିଥିବା ଲୋକଙ୍କୁ ୨ଏକର ଜମିରେ ଉତ୍ପାଦନ ଟୋକେନ୍ ଦିଆଯାଉଛି । ଏହି ବିଷୟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି ବୋଲି ପି.ରମେଶ, ଏସ୍.ତୁଳସୀ,କେ.କିରଣ କୁମାର,କେ.ସତୀଶ ପ୍ରମୁଖ କହିଛନ୍ତି ।


