ବିଧାୟକଙ୍କ ଦ୍ୱାରା ରାସ୍ତା ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ନିର୍ମିତ ନୂତନ ରାସ୍ତାକୁ ବିଧାୟକ କେ.ନାରାୟଣ ରାଓ ଉଦ୍ଘାଟନ କରିଛନ୍ତି । ଏହି ରାସ୍ତା ସରସ୍ୱତୀ ଶିଶୁ ମନ୍ଦିର ଠାରୁ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇଛି । ଏହି ରାସ୍ତା କାର୍ଯ୍ୟ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ବିଧାୟକ ପାଣ୍ଠିରୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏଥିରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସୀମାଦ୍ରୀ,ନଗର ସଭାପତି ଜମିଦାର ପଟ୍ଟନାୟକ ପ୍ରମୁଖ ବହୁ ଭାଜପା ନେତା ଓ କର୍ମୀ ଯୋଗ ଦେଇଥିଲେ ।


