ଓଡ଼ିଶାରେ ରାଜଭାଷା ସଂସଦୀୟ କମିଟିର ସମୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ରାଜଭାଷା ସଂସଦୀୟ କମିଟିର ଦ୍ୱିତୀୟ ଉପକମିଟି ଗତ ୩ଦିନ ଧରି ବିଭିନ୍ନ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କୀୟ ସମୀକ୍ଷା କରିଛନ୍ତି । ଭୁବନେଶ୍ୱରସ୍ଥିତ ଏନର୍ଜି ଏଫସିଏନନ୍ସି ସର୍ଭିସେସ୍ ଲିମିଟେଡ, ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରସନ ବ୍ୟତୀତ ଏହି କମିଟି ଆର.ଇ.ସି ଲିମିଟେଡ, ୱାପକସ ଲିମିଟେଡ ଏବଂ ରାଷ୍ଟ୍ରୀୟ ଜଳ ଉନ୍ନୟନ ଏଜେନ୍ସି କାର୍ଯ୍ୟାଳୟ ଗୁଡିକର ମଧ୍ୟ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସମୀକ୍ଷା କରିଛନ୍ତି । ଆଜି ଶେଷ ଦିବସରେ କମିଟି ପୂର୍ବତଟ ରେଳବାଇ, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ, ଦୂରଦର୍ଶନ କେନ୍ଦ୍ର, ସିଏସଆଇଆର-ଆଇଏମ୍ଏମ୍ଟି, କେନ୍ଦ୍ରୀୟ କୁକ୍କୁଟ ଉନ୍ନୟନ ସଂସ୍ଥା, ବିମାନ ବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଏୟାର ଇଣ୍ଡିଆ ଲିମିଟେଡ କାର୍ଯ୍ୟାଳୟ, ଭାରତୀୟ ଖାଦ୍ୟ ନିଗମର ଆଞ୍ଚଳିକ କାର୍ଯ୍ୟାଳୟର ହିନ୍ଦୀ ବ୍ୟବହାର ନେଇ ଆଲୋଚନା କରିଥିଲେ । ପ୍ରଥମ ଦୁଇଦିନର କାର୍ଯ୍ୟକ୍ରମ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଆଜି ଅନ୍ତିମ ଦିବସର ବୈଠକ ଶ୍ରୀମତି ରିତା ବହୁଗୁଣା ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ