ଓଡ଼ିଶା ପାନ୍ଥର୍ସ ଏମ୍‌ଜିଏମ୍‌ ଓସିଏଲ୍‌ ବିଜେତା

କଟକ: ଓଡ଼ିଶା ପାନ୍ଥର୍ସ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌) ପ୍ରଥମ ସ˚ସ୍କରଣର ବିଜେତା ହୋଇଛି। ବୁଧବାର ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ବସନ୍ତ ମହାନ୍ତିଙ୍କ ନେତୃତ୍ବାଧୀନ ପାନ୍ଥର୍ସ ସୁଜିତ ଲେଙ୍କାଙ୍କ ଓଡ଼ିଶା ଲାୟନ୍ସକୁ ୬ ଵିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି˚ କରିଥିବା ଲାୟନ୍ସ ୯ ଵିକେଟ୍ ବିନିମୟରେ ୧୧୩ ରନ୍‌ କରିଥିଲା। ମଙ୍ଗଳବାର ପ୍ରତିଯୋଗିତାର ପ୍ରଥମ ଶତକ ହାସଲ କରିଥିବା ସ୍ବସ୍ତିକ ସାମଲ ଫାଇନାଲ୍‌ରେ କିନ୍ତୁ ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳ ମଧ୍ୟ ଏକ ସମୟରେ ୩୬ ରନ୍‌ ମଧ୍ୟରେ ୪ ଵିକେଟ୍‌ ହରାଇଥିଲା। ସ୍ବସ୍ତିକଙ୍କ ବ୍ୟତୀତ ରାକେଶ ପଟ୍ଟନାୟକ ୧୬, ସୁଜିତ ଲେଙ୍କା ୭ ଓ ଦୁର୍ଗାପ୍ରସାଦ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମରେ ନୌତମ ଭଞ୍ଜ ଓ ଦୀପକ ବେହେରାଙ୍କ ଯୋଡ଼ି ଜମି ଆସୁଥିଲା ବେଳେ ଦ୍ରୁତ ଖେଳିବାକୁ ଯାଇ ଦୀପକ ୧୨ ରନ୍‌ରେ ପାଭିଲିୟନ୍‌ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ବିକାଶ ରାଉତ ୧ ରନ୍‌ କରିଥିଲେ। ଦଳକୁ ୧୦୦ ରନ୍‌ ପାର‌୍‌ କରାଇ ନୌତମ (୩୮) ମଧ୍ୟ ତାଙ୍କ ଵିକେଟ୍‌ ହରାଇଥିଲେ। ଚିନ୍ମୟ ସାହୁ ୧୫ ରନ୍‌ରେ ଅପରାଜିତ ରହିଥିଲା ବେଳେ ଆଲୋକ ମଙ୍ଗରାଜ ୮ ରନ୍‌ କରି ଶେଷ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ। ପାନ୍ଥର୍ସ ଅଧିନାୟକ ବସନ୍ତ ମହାନ୍ତି, ଆଲୋକ ସାହୁ, ପ୍ରଦୀପ ପ୍ରଧାନ ଦୁଇଟି ଲେଖାଏଁ ଓ ଶୁଭମ ନାୟକ ଗୋଟିଏ ଵିକେଟ୍‌ ନେଇଥିଲେ। ୧୧୪ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାନ୍ଥର୍ସ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରାରମ୍ଭିକ ଯୋଡ଼ି ଅଙ୍କିତ ସି˚ହ ଓ ଚନ୍ଦ୍ରମଣି ବିଶ୍ବାଳ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ସ୍ପର୍ଶ ସୋମାନି ୯ ରନ୍‌ ଯୋଗ କରିଥିଲେ। ନିଶିକାନ୍ତ ରାଉତ ୩୧, ଅଭିଷେକ ଯାଦବ ୪୦*, ଶୁଭମ୍‌ ନାୟକ ୨୯* ରନ୍‌ କରି ଦଳକୁ ଶେଷ ଓଭରର ପ୍ରଥମ ବଲ୍‌ରେ ବିଜୟୀ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ