ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣକୁ ଆସିବ ଋଣ ଆପ୍

ନୂଆଦିଲ୍ଲୀ:  ମୋବାଇଲ୍‌ ଆପ୍ ଜରିଆରେ ଋଣ ଦେଉଥିବା ସଂସ୍ଥାଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଏକ ୱାର୍କିଂ ଗ୍ରୁପ୍ ଗଠନ କରିଛି। ଆପ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ଦିଆଯାଉଥିବା ଋଣ ବ୍ୟବସ୍ଥାକୁ ଏହା ଅନୁଧ୍ୟାନ କରିବ। ଦେଶର ପ୍ରତିଷ୍ଠିତ ଆର୍ଥିକ ସଂସ୍ଥାଗୁଡ଼ିକ ବ୍ୟତୀତ ଅନେକ ଷ୍ଟାର୍ଟଅପ୍ ସଂସ୍ଥା ଆପ୍ ଜରିଆରେ ଋଣ ଦେଉଛନ୍ତି। ଋଣ ପରିଶୋଧ କରିବାରୁ ନଥିବା ଗ୍ରାହକଙ୍କୁ କିଛି ସଂସ୍ଥା ଅପମାନିତ କରୁଥିବା ସହ ବିଭିନ୍ନ ପ୍ରକାରରେ ହଇରାଣ କରୁଛନ୍ତି। ଅପମାନ ସହିନପାରି କିଛି ଗ୍ରାହକ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇବା ପରେ ରିଜର୍ଭ ବ୍ୟାଙ୍କ ଏହାକୁ ଗମ୍ଭୀରତାର ସହ ନେଇଛି। ରିଜଭ ବ୍ୟାଙ୍କ ଗଠନ କରିଥିବା ୱାର୍କିଂ ଗ୍ରୁପ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଜୟନ୍ତ କୁମାର ଦାଶ, ଅଜୟ କୁମାର ଚୌଧୁରୀ, ସିଜିଏମ୍ ମନୋରଞ୍ଜନ ମିଶ୍ର, ପି ବାସୁଦେବନ, ବିକ୍ରମ ମେହତା ଓ ରାହୁଲ ଶାଶିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି କମିଟି ତିନି ମାସରେ ରିପୋର୍ଟ ଦେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ