ଭାଟିଆଶୁଣି ମକର ମେଳା ଆରମ୍ଭ, ମାଟି ଘୋଡା ଚଢ଼ାଇଲେ ମନସ୍କାମନା ପୁର୍ଣ୍ଣ ହୁଏ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାଳଣିଆଁ ନିକଟସ୍ଥ ଗେଡମା ପଞ୍ଚାୟତର ଭାଟିଆଶୁଣୀ ପଡିଆରେ ଆରମ୍ଭ ହୋଇଛି ପବିତ୍ର ମକର ମେଳା । ପୁର୍ବରୁ ୧୫ଦିନ ଧରି ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ ଚଳିତବର୍ଷ ଏହି ମେଳାକୁ କୋଭିଡ-୧୯ କଟକଣାକୁ ଆଖିଆଗରେ ରଖି ବନ୍ଦ କରିଦିଆଯାଇଛି ।ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା ଭାଟିଆଶୁଣୀଙ୍କ ନିକଟରେ ଆରମ୍ଭ ହୋଇଛି ହୋମଯଜ୍ଞ । ଆଜି ପ୍ରଭାତରୁ ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ଧଳ, ଅର୍ଜୁନ ନାୟକ, ସୁଦର୍ଶନ ସ୍ୱାଇଁ, ବାଦଲ ଜେନା, ବାପିନା ଜେନା, ବିଚିତ୍ର ନାୟକ, ସଞ୍ଜୟ ଜେନା ପ୍ରମୁଖ କର୍ତ୍ତା ଭାବେ କଳଶ ଶୋଭାଯାତ୍ରାରେ ସାମିଲ ହୋଇ କଲଶ ଗୁଡିକ ଯଜ୍ଞ ମଣ୍ଡପରେ ସ୍ଥାପନ କରିବାପରେ ପଣ୍ଡିତ ଶଶିକାନ୍ତ ମିଶ୍ର, ଗୋପୀନାଥ ପାଣିଗ୍ରାହୀ, ଧରଣୀଧର ଦ୍ୱବେଦୀ ପ୍ରମୁଖଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେହିପରି ପୂଜକ ଅନାମ ଦେହୁରୀ ଓ ହରିହର ଦେହୁରୀଙ୍କ ଦ୍ୱାରା ମା ଭାଟିଆଙ୍କ ପୁଜାର୍ଚ୍ଚନା ଚାଲୁ ରହିଛି । ଏଥିପାଇଁ ଆଜି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଭକ୍ତମାନେ ନିଜ ନିଜର ମାନସିକ ପୁରଣ ପାଇଁ ମା ଭାଟିଆଶୁଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଭକ୍ତମାନେ ସୁଚାରୁରୁପେ ପୂଜାର୍ଚ୍ଚନା କରିବାପାଇଁ କମିଟି ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇ ଭକ୍ତମାନଙ୍କୁ ଧାଡିରେ ଛଡାଯାଉଛି । ରାସ୍ତା କଡରେ ଅନେକ ଭୋଗ ଦୋକାନ ସାଙ୍ଗକୁ ମାଟିଘୋଡାର ପସରା ମେଲିଛନ୍ତି କୁମ୍ଭକାର ମାନେ । ପ୍ରଥା ଅନୁଯାଇ ମା ଭାଟିଆଶୁଣୀଙ୍କ ନିକଟରେ ମାଟିଘୋଡା ବସାଇଲେ ନିଜର ମନସ୍କାମନା ପୁରଣ ହୋଇଥାଏ ବୋଲି ପ୍ରବାଦ ଅଛି । ଏଥିପାଇଁ ମାଟିଘୋଡାର ବେପାର ଭଲ ଜମିଥାଏ । ଏହି ମେଳାଟି ଏ ଅଞ୍ଚଳର ଏକ ପ୍ରମୁଖ ମେଳା ହୋଇଥିବାରୁ ଏହାକୁ ଉପଭୋଗ କରିଥାନ୍ତି ଅଞ୍ଚଳବାସୀ । କିମ୍ବଦନ୍ତୀ ଅନୁଯାୟୀ ପୁର୍ବେ ଏଠାରେ ଭାଟିଆ ବୋଲି ଏକ ଗ୍ରାମ ଥିବାବେଳେ ଗ୍ରାମଟି କାଳକ୍ରମେ ନିଶ୍ଚିନ୍ନ ହୋଇଯାଇଥିଲା । ମା ଏଠାରେ ଏକ ବୁଦାମୁଳେ ଥିବାବେଳେ ସ୍ୱାପ୍ନାଦେଶ ହେବାପରେ ବଣବୁଦା ସଫା କରାଯାଇ ମା”ଙ୍କୁ ସେହି ବଟବୃକ୍ଷ ମୁଳେ ରଖାଯାଇ ପୂଜା କରାଯାଉଛି । ମା”ଙ୍କ ପାଖରେ ଯେଉଁ ଭକ୍ତ ଯାହା ମାନସିକ କରି ମାଗିଛି ମା” ତାକୁ ଅଚିରେ ପୁରଣ କରନ୍ତି ବୋଲି ଲୋକମାନଙ୍କ ମନରେ ବିଶ୍ୱାଷ ଅଛି । ଅଜୟ ନାୟକ, ଲୋକନାଥ ଦାସ, ପ୍ରଦୀପ ଜେନା, ନିତ୍ୟାନନ୍ଦ ନାୟକ, ରାଜେଶ ଜେନା, ପ୍ରକାଶ ନାୟକ, ଅନନ୍ତ ସାମଲ, ଅନିରୁଦ୍ଧ ଜେନା, ଅଶୋକ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ