କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ କମ୍ବଳ ବଣ୍ଟନ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବାଣୀପଦା ଗ୍ରାମର ଦେହୁରୀ ସାହି ଚୌଦ୍ଵାର ର ସ୍ୱେଚ୍ଛାସେବୀ ସଂଗଠନ କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ଏକ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ୩୦ ଜଣ ମହିଳା ପୁରୁଷ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କ୍ୟାଚ୍ ଚାରିଟେବୁଲ ଟ୍ରଷ୍ଟ୍ରର ସମସ୍ତ ଟ୍ରଷ୍ଟି ଏବଂ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ ର ହାତ ବଢାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ହରିହର ବେଉରା, ପ୍ରତିଷ୍ଠାତା ତଥା ସମ୍ପାଦିକା ବିଣାପାଣୀ ଦାଶ , ପୁଷ୍ପଲତା ସୁବୁଦ୍ଧିରାୟ ,ଅଭିଷେକ ଦାଶ, ହରେକୃଷ୍ଣ ସାହୁ , ଏସ କେ ହାସିମ,ସୁଶାନ୍ତ ସେଠୀ, ପ୍ରଶାନ୍ତ ସେଠୀ, ପ୍ରଭାସିନୀ ଦାଶ,ସୌମ୍ଯ ରଞ୍ଜନ,ଭରତ ନେପାଲ, ମାୟା ବିଶ୍ୱାସ, ବାବୁନା ବେହେରା,ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇ ଥିଲେ।