ଭୋକର ଭୂଗୋଳ ନୁହେଁ ଭାତର ହାଣ୍ଡି କଳାହାଣ୍ଡି ମେଗାଲିଫ୍ଟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ପାଇଁ ନୂତନ ଏକ ଫର୍ଦ୍ଦ ଖୋଲିଲେ ମୁଖ୍ୟମନ୍ତ୍ରୀବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା , କୋକସରା ଓ ଧର୍ମଗଡ ବ୍ଲକର ଅଣ ଜଳସେଚିତ ଅଞ୍ଚଳର ଚାଷି ଙ୍କ ପାଇଁ ଲୋକାର୍ପିତ କରିଛନ୍ତି ଏହା ସହ ୨୦୮୫ କୋଟି ର ଅନ୍ୟ ପ୍ରକଳ୍ପ କୁ ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟପାଟଣା ମଙ୍ଗଳପୁର ନିକଟରେ ଥିବା ମେଗାଲିଫ୍ଟ ପ୍ରକଳ୍ପ ପରିସର ରେ ମୁଖ୍ୟମନ୍ତ୍ରୀ ଦିନ ୧୧.୪୫ ରେ ହେଲିକପ୍ଟର ରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଥିବା ସ୍ଵତନ୍ତ୍ର ମଞ୍ଚ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ୫ ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ରହିଥିବା ବେଳେ, ଅନ୍ୟ ଏକ ମଞ୍ଚରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ , ଧର୍ମଗଡ ବିଧାୟକ ମୌଷଧି ବାଗ ନର୍ଲା ବିଧାୟକ ଭୁପିନ୍ଦର ସିଂ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିସାରି କଳାହାଣ୍ଡି ଜିଲ୍ଲାପାଳ ଡ଼. ଗାଭଳି ପରାଗ ହର୍ଷଦ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ ଦିନେ କଳାହାଣ୍ଡି ରେ ଢେଲାମାଡ଼ରେ ବିଜୁବାବୁଙ୍କ ନାକ ଫାଟିଥିଲା କିନ୍ତୁ ବିଜୁବାବୁ ସବୁବେଳେ କଳାହାଣ୍ଡି ବାସୀଙ୍କୁ ଭଲ ପାଉଥିଲେ କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି ତାର ଜଳ କଳାହାଣ୍ଡିବାସୀଙ୍କ ଦେହରେ ରକ୍ତ ହୋଇ ବହୁଛି କଳାହାଣ୍ଡିରେ ମାଆ ଇନ୍ଦ୍ରାବତୀ ଙ୍କ ନାଁରେ ହେବ ପାର୍କ ଓ ସଂଗ୍ରହାଳୟ କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି କଳାହାଣ୍ଡି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନରେ ନମ୍ବର-୧ ଜିଲ୍ଲା ହୋଇଛି କଳାହାଣ୍ଡି ଆଜି ସାରା ଦେଶ ପାଇଁ ବିକାଶର ମଡେଲ ହୋଇଛି ଏହା ସହ କଳାହାଣ୍ଡି ର ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଜଣାଇଛନ୍ତି ନବୀନ , କଳାହାଣ୍ଡି ବିକାଶର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ୨୦୮୫ କୋଟିର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ ୧୦୬୪ କୋଟି ଟଙ୍କା ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କାର ୫୨ ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ କୁ ନେଇ କଳାହାଣ୍ଡି ଚଳଚଂଚଳ ହୋଇ ପଡିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ