ମହୁରା ଠାରେ ଭାଗବତ ପାରାୟଣ ଉତ୍ସବ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମହୁରା ପାଟଣା ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଭାଗବତ ଟୁଙ୍ଗି ଉନ୍ମୋଚନ ସହିତ ହରିବଂଶ ଉତ୍ସବ ଅନୁଷ୍ଠିତ ହୋଇଛି । ଶ୍ରୀ ଭକ୍ତି ଭାଗବତ ସମ୍ମନ୍ୱୟ ସମିତି ପକ୍ଷରୁ ପ୍ରଥମ ଦିବସରେ ଜଳାଧିବାସ, ନଗର ପରିକ୍ରମା, ଷୋଡଶ ଉପଚାର ପୂଜା ସହ ଭାଗବତ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମନ୍ୱୟ ସମିତି ଉଦ୍ୟୋକ୍ତା ସଂଜୟ ପଣ୍ଡା, ସମାଜସେବୀ ବାବାଜୀ ଚରଣ ଜେନା, ଭାଗିରଥି ବରାଳ, ଅକ୍ଷୟ ମହାନ୍ତି ଯୋଗ ଦେଇଥିଲେ । ତିନିଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଭଦ୍ରକ, ପୁରୀ ଓ ଯାଜପୁର ପ୍ରମୁଖ ସ୍ଥାନର ଭଜନାକାର ଓ ପ୍ରବଚକ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ