ନାବାଳିକାକୁ ଅସଦାଚରଣ ସହିତ ଦୁଷ୍କର୍ମ ଏବଂ ହତ୍ୟା ଧମକ ,ଥାନାରେ ଅଭିଯୋଗ ଦେଲା ମା’

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ଘାଟସାହି (ଖାଡ଼ିମାହାରା)ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘଟଣାର ଲିଖିତ ଅଭିଯୋଗ କାରିଣୀ  ଝିଅର ମା” ଶୁଭସ୍ମିତା ମଲିକ ବୟସ ୩୨-ସ୍ୱାମୀ -ପଙ୍କଜ ମଲିକ ଘଟଣାର ସୂଚନା ଅନୁସାରେ ଗତ ୨୫/୦୯/୨୬ ତାରିଖ ସକାଳ ୮ଟା ୨୦ମିନିଟ ସମୟରେ ତାଙ୍କ ନିଜ ଝିଅ ପ୍ରଲିପ୍ତା ମଲିକ ମାତ୍ର ୧୦ବର୍ଷ ବୟସ ଯେକି ଦୁନିଆ ବିଷୟରେ କୋମଳ ମତୀ ଶିଶୁଟି କିଛିବି ଜାଣି ନାହିଁ, ହସି ଖେଳିବ ବୟସ ରେ ଯଦି ତାକୁ ଏଭଳି ଦୁର୍ବ୍ୟବହାର କରାଯାଏ। ଶିଶୁଟିର ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧୁଷୁରୀ ଭଳି ଏନ ଏ ସି ଅଞ୍ଚଳରେ ଏହି ଭଳି ଘଟଣା ବୋଧ ହୁଏତ ପ୍ରଥମ। ଘଟଣା ଟି ଶିଶୁଟି ଚକୋଲେଟ ଆଣିବାକୁ ତାରିଣୀ ହୋଟେଲ ପାଖ ଦୋକାନକୁ ଯାଇଥିଲା। ଦୋକାନ ବନ୍ଦ ଥିବାରୁ ଶିଶୁଟି ଘରକୁ ଫେରିବା ସମୟରେ ସଜନା ମାଝୀ  ଘର -ପତ୍ରିସାହିଙ୍କ ସହିତ ଭେଟ ହୋଇ ଯାଏ।ଶିଶୁଟିକୁ ଚକୋଲେଟ ଲୋଭ ଦେଖାଇ ଶୂନଶାନ,ନିରବ ଶୂନ୍ୟ ଜନଗହଳି ବସତି ଠାରୁ ବହୁ ଦୂରରେ ଅବସ୍ଥିତ ରୁକନାନୀ ଗଳି ଭିତରକୁ ନେଇ ଯାଇ ଖରାପ ଉଦ୍ଦେଶ୍ୟ,ହୀନ ମାନସିକତା ଦେଖାଇ ଦୁଷ୍କର୍ମ କରିଥିଲେ। ଶିଶୁଟି ଏହି କାର୍ଯ୍ୟ ସହି ନ ପରି କାନ୍ଦି ବାରୁ,ଅଭିଯୁକ୍ତ କାଳେ ଧରା ପଡିଯିବା ଡରରେ ନାବାଳିକା ଝିଅକୁ ଚକୋଲେଟ ଧରାଇ,ଏକଥା କାହାକୁ ଯଦି କହିବୁ ତଣ୍ଟି ଚିପି ହତ୍ୟା ଧମକର ଡର ଦେଖାଇ ଥିଲେ। ଶିଶୁଟି ନିରୁପ୍ରାୟ ହୋଇ କାନ୍ଦି କାନ୍ଦି ଏ ସମସ୍ତ ଘଟଣାର ବିବରଣୀ ତାଙ୍କ ନିଜ ମାଆକୁ ଜଣାଇ ଥିଲା। ଶୁଭସ୍ମିତା ମଲିକ ଏହି ଲୋକଟିର ସନ୍ଧାନ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଜାଣି,ନ୍ୟାୟ ଆଶାରେ ଥାନାକୁ ଯାଇ ପୋଲିସ ପାଖରେ ଦ୍ଵାରସ୍ଥ ହୋଇଥିଲେ। ଶିଶୁଟିର ମା”ଅଭିଯୋଗ କରିଛନ୍ତି ଯେ ବିଧିବଦ୍ଧ ତଦନ୍ତ କରି ଆସାମୀ ସଜନ ମାଝୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ କୋଠର ଦଣ୍ଡ ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ଧୁଷୁରୀ ପୋଲିସ ସମ୍ବେଦନଶୀଳ ଘଟଣାକୁ  ଗୁରୁତ୍ୱ ନଦେଇ କହା ଇଙ୍ଗିତରେ କେଶକୁ ଚାପିବା ଉଦେଶ୍ୟରେ ଦୋଷୀକୁ ଧରିବାରେ ବିଳମ୍ବ କରିବା ସହିତ ଅଭିଯୋଗ କାରିଣୀଙ୍କୁ ମଧ୍ୟ କୌଣସି ସହଯୋଗ କରିନଥିଲେ ବୋଲି ଝିଅର ମା” ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। କିଛି ଘଣ୍ଟାର ବ୍ୟବଧାନ ପରେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ଦ୍ୱାରା ସମ୍ଭବ ହେଲା ନାହିଁ ଝିଅଟିର ବାପା ୨୭ ତାରିଖ ସକାଳେ ଉକ୍ତ ଅଭିଯୁକ୍ତକୁ ଧରି ଥାନାକୁ ଖବର ଦେଇଥିଲେ। ଏବେ ଅଭିଯୁକ୍ତ ଥାନାରେ ଅଟକ ରଖି ପଚରାଉଚରା ସହ ଅଧିକ ତଦନ୍ତ ଜାରି ରହିଛି।ତାହେଲେ ସମାଜରେ ପ୍ରତେକ ଦିନ ଘଟୁ ଥିବା ଏହିଭଳି ଅମାନୁଷିକ କାର୍ଯ୍ୟର ଅଙ୍କୁଶ ଲାଗି ପାରନ୍ତା। ଶୁଭସ୍ମିତା ଙ୍କର ଏହିଭଳି ପଦେକ୍ଷପ ନିମନ୍ତେ ବୁଦ୍ଧିଜୀବି ମହଲରୁ ପ୍ରଶଂସାର ପାତ୍ରର ସୁଅ ଛୁଟିଛି। ସମାଜକୁ ଏହି ଶିକ୍ଷା ମିଳିଛି ଯେ -ଏହିଭଳି କାର୍ଯ୍ୟରେ ସମାଜ କୁ ନ ଡରି ଦୋଷୀକୁ ନିଶ୍ଚିତ ଭାବରେ ଦଣ୍ଡ ଦେବା ଆବଶ୍ୟକ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ