ଯୋଡା ପୌରପାଳିକା ପକ୍ଷରୁ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିର
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ନିୟୋଜିତ ଥିବା ପରିମଳ କର୍ମଚାରୀ ତଥା ସଫେଇ କର୍ମଚାରୀଙ୍କର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଯୋଡା ପୌର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଡାକ୍ତର ସୁବଧ କୁମାର ତ୍ରିପାଠୀ, ଡାକ୍ତର ପ୍ରତାପ କୁମାର ନାଏକ, ଲାବରେଟୋରୀ ଟେକ୍ନିସିଆନ ପବିତ୍ରମୋହନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ପରିମଳ କର୍ମଚାରୀଙ୍କର ରକ୍ତ ନମୁନା ସଂଗ୍ରହ ଓ ରକ୍ତର ଗ୍ରୁପ୍ ପ୍ରଭୃତି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବନ୍ଟନ କରାଯାଇଥିଲା । ଏହି ଶିବିରରେ ପୌର ପରିଷଦ ୧୪୧ ଜଣ ସଫେଇ କର୍ମଚାରୀ, ୧୨ ଜଣ ଡ୍ରାଇଭର, ୫ ଜଣ ସୁପରଭାଇଜର, ସ୍ୱଚ୍ଛସାଥୀ, ସ୍ୱଚ୍ଛସାଥୀ ସୁପରଭାଇଜର ଓ ପୌର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ସଫେଇ କର୍ମଚାରୀଙ୍କ ଜୀବନ ଜୀବିକା ଏବଂ ଗର୍ବର ସହିତ ସମାଜରେ ଚଳିବା ତଥା ସେମାନଙ୍କ ପରିବାର ବର୍ଗଙ୍କ ଆର୍ଥୀକ ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟର ଅଗ୍ରଗତି ନିମନ୍ତେ ପୌର ପରିଷଦ ପକ୍ଷରୁ ଉଦ୍ୟମ କରାଯିବା ସହ ବଡଖାନାର ଆୟୋଜନ ମଧ୍ୟ ଆସନ୍ତା ଜାନୁଆରୀ ୨୦ ସ୍ୱଚ୍ଛ ଚର୍ଚ୍ଚାଦିବସ ଉପଲକ୍ଷେ ଆୟୋଜନ କରାଯିବାର ସ୍ଥିରୀକୃତ ହୋଇଥିବା ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି । ଏହି ଶିବିରରେ ପୌର କର୍ମଚାରୀ ରାମଚନ୍ଦ୍ର ପାତ୍ର, କଳାକର ସାହା, ସୁଧାଂଶୁ ଜେନା, ଗୋଷ୍ଠୀ ସଂଘ ଠିକା ତ୍ରୀବେଣୀ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


