ମହିଳା ମହାବିଦ୍ୟାଳୟରେ ହୋଲା କରୋନା ଆଣ୍ଟିଜେନ ଟେଷ୍ଟ, ସବୁ ନେଗେଟିଭ୍
ଜି. ଉଦୟଗିରି( ରଘୁନାଥ ସାହୁ) -କରୋନା ମହାମାରୀ ପାଇଁ ଦୀର୍ଘ ନଅ ମାସ କ୍ଲାସ ପାଠପଢା ରେ ଲାଗିଥିଲା ରୋକ। ସରକାର ବିଭିନ୍ନ ପ୍ରକାର ସତର୍କତା ମୂଳକ ପଦକ୍ଷେପ ପରେ ସ୍କୁଲ କଲେଜ ଖୋଲିବାକୁ ଦେଇଥିଲେ ଅନୁମତି। ସତର୍କତା ମୂଳକ ପଦକ୍ଷେପ ମଧ୍ଯ ରେ ଥରମାଲ୍ ସ୍କିନିଗଂ କରିବା,ହାତକୁ ସାନିଟାଇଜ କରିବା, ସାମାଜିକ ଦୂରତା ରଖି ବସିବା, ଏକାଠି ନହେବା, ମାସ୍କ ବ୍ଯବହାର କରିବା, ଥଣ୍ଡା କାଶ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ନିୟମିତ ବ୍ଯବଧାନ ରେ ସ୍ୱାସ୍ଥ୍ୟ ପରୀକ୍ଷାଆଦି ରହିଥିଲା। ଏହି ସବୁ ନିୟମ କୁ କଡାକଡି ପାଳନ କରି ଖୋଲିଥିଲା ଶିକ୍ଷାନୁଷ୍ଠାନ। ଏହି କ୍ରମରେ ଆଜି ଇନ୍ଦିରା ପ୍ରିୟ ଦର୍ଶୀନି ମହିଳା ମହାବିଦ୍ୟାଳୟରେ ହୋଇଛି କରୋନା ଆଣ୍ଟିଜେନ ଟେଷ୍ଟ। ୭୦ ଛାତ୍ରୀ ମାନକଂ ସହିତ ୧୨ ଜଣ ଷ୍ଟାଫ୍ କଂହୋଇଛି ଆଣ୍ଟିଜେନ ଟେଷ୍ଟ। ଏଥିରେ ସମସ୍ତ କଂ ରିପୋର୍ଟ ନେଗେଟିଭ୍ ଆସିଛିବୋଲି କହିଛନ୍ତି ଭାରପ୍ରାପ୍ତ ଅଧକ୍ଷ ଶିବରାମ ସାହୁ। ନେଗେଟିଭ୍ ଆସିବା ପରେ କଲେଜ କତ୍ତୃପକ୍ଷ ଆଶ୍ୱସ୍ତ ହୋଇଥିବା ବେଳେ ଛାତ୍ରୀ ମାନେ ଆଶ୍ୱସ୍ତି ହୋଇଛନ୍ତି। କରୋନା ମହାମାରୀ ପାଇଁ ଅନଲାଇନ୍ ପାଠପଢା ବ୍ଯବସ୍ଥା କରାଯାଇଥିଲେ ମଧ୍ଯ କନ୍ଧମାଳ ଜିଲ୍ଲା ରେ ଏହା ସଂପୂର୍ଣ୍ଣ ବିଫଳ ହୋଇଥିଲା। ତେଣୁ ଏହି ଅଫ୍ ଲାଇନ୍ କ୍ଲାସ ଅଧିକ ମହତ୍ବପୂର୍ଣ୍ଣ ଥିଲା। ଯାହାକୁ ନେଇ ଛାତ୍ରୀ ମାନେ ଅଧିକ ଉସ୍ଚାହିତ ଥିଲେ। ଏହା ଆମମାନଙ୍କ ପାଇଁ ବହୁତ ମୂଲ୍ଯବାନ ବୋଲି କହିଲେ ଛାତ୍ରୀ।


