ଦେହରେ କଳାକୁର୍ତା ,ହାତରେ ଜରି ଧରି ବେଳାଭୂମି ସଫା କଲେ ମୋଦୀ

( ଯୁଗାବ୍ଦ ନ୍ୟୁଜ) ସ୍ୱଚ୍ଚ ଭାରତ କୁ ସଫଳ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାସ ଜାରି କରିଛନ୍ତି । ସକାଳୁ ସକାଳୁ ହାତରେ ଜରି ଧରି ବେଳାଭୂମି ସଫେଇ କରିବାକୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶନିବାର ସକାଳୁ ସେ ନିଜେ ମହାବଳୀପୁରମ୍ରେ ସଫେଇ କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମହାବଳୀପୁରମରେ ବେଳାଭୂମିରେ ବୁଲି ବୁଲି ସଫା କରୁଛନ୍ତି ପ୍ରଧାନମନ୍ତ୍ରୀ । ବେଳାଭୂମିରେ ପଡିଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ପ୍ରଧାନମନ୍ତ୍ରୀ ନିଜେ ହାତରେ ଉଠାଇଛନ୍ତି । ଏହା ସହିତ ସାରା ଦେଶବାସୀଙ୍କୁ ନିଜ ଚାରିପଟେ ଥିବା ପରିବେଶକୁ ସ୍ୱଚ୍ଛ ରଖିବାକୁ ସୁନ୍ଦର ବାର୍ତ୍ତା ଟିଏ ବି ଦେଇଛନ୍ତି ମୋଦି । ଭାରତ ଗସ୍ତରେ ରହିଛନ୍ତି ଚୀନ୍ ରାଷ୍ଟ୍ରପତି । ବିଶ୍ୱନେତାଙ୍କ ସହିତ ଅତ୍ୟନ୍ତ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ଭିତରେ ବି ମୋଦି ମହାବଳୀପୁରମର ବେଳାଭୂମି ସଫେଇ ପାଇଁ ସମୟ କାଢିଛନ୍ତି । ଏହା ହିଁ ପରୋକ୍ଷରେ ଦେଶବାସୀଙ୍କୁ ବାର୍ତ୍ତା ପ୍ରଦାନ କରୁଛି , କି ନିଜର ଦୈନନ୍ଦିନ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ , ପରିବେଶକୁ ସ୍ୱଚ୍ଛ ରଖିବାକୁ ସମୟ ଦେବାକୁ ହେବ । କାରଣ ପରିବେଶ ସ୍ୱଚ୍ଛ ରହିଲେ , ଆମେ ସୁସ୍ଥ ପରିବେଶରେ ସୁସ୍ଥ ଜୀବନ ଯାପନ କରିପାରିବା । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅନ୍ଦାଜ୍ ସମାଜକୁ ପରିବେଶ ପ୍ରତି ସଚେତନ କରାଇବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଏହାର ଏକ ଭିଡିଓ ସେୟାର୍ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ