ଫାଇଲିନ ସ୍ମୃତି ସାଉଣ୍ଟିଛନ୍ତି ଜିଲ୍ଲାବାସୀ

(ଯୁଗାବ୍ଦ ନ୍ୟୁଜ)୧୯୯୯ ମହାବାତ୍ୟା ପରେ ଆସିଥିବା ଫାଇଲିନ କଥା ମନେପଡିଲେ ଏବେ ବି ଥରି ଉଠେ ଜିଲ୍ଲାବାସୀ ଙ୍କ ଛାତି । ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ ଜିଲାବାସୀଙ୍କ ଆର୍ଥତ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା। ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜିଲ୍ଲାବାସୀ । ବିଶେଷକରି ସମୁଦ୍ର କୂଳରେ ବସବାସ କରୁଥିବା ବହୁ ଲୋକଙ୍କ କଚ୍ଚାଘରସବୁ ଭାଙ୍ଗିଯାଇଥିଲା। ୬ ବର୍ଷ ପରେ ବି ମନରୁ ଲିଭିନି ସେହି ତାଣ୍ଡବଲୀଳା ।ଫାଇଲିନରେ ଗଞ୍ଜାମ ଜିଲାର ୩୭ ଲକ୍ଷ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ ।୨ ଲକ୍ଷ ୩୮ ହଜାର ଘର ଭାଙ୍ଗି ଯାଇଥିଲା । ସେଥିମଧ୍ୟରେ ୭୧ ହଜାର ୨୦୦ କଚ୍ଚା ଘର ରହିଥିଲା । ୬୫ ହଜାର କଚ୍ଚା ଘର ବିଶେଷ କ୍ଷତି ହୋଇଥିଲା ।୧୯ ହଜାର ୫୦୦ ପକ୍କାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଜିଲାର ୪ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ କ୍ଷତି ହୋଇଥିଲା। ୧୫୯୦ ଗୋରୁ, ୫୦୮୦ ଛେଳି ମେଣ୍ଢାଙ୍କ ଜୀବନ ଯାଇଥିଲା ।ଫାଇଲିନ୍ରେ ଭାଙ୍ଗିଯାଇଥିବା ସମୁଦ୍ରକୂଳିଆ କଚ୍ଚାଘର ବଦଳରେ ଲୋକଙ୍କ ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟ ସରକାର ଗଞ୍ଜାମ ଜିଲାରେ ୨୦୧୪ରେ ପକ୍କାଘର ନିର୍ମାଣ ଆରମ୍ଭ କରିଥିଲେ । ଜିଲାର ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଛତ୍ରପୁର, ଗଞ୍ଜାମ, ଚିକିଟି, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୧୬ ହଜାରରୁ ଉର୍ଦ୍ଧ୍ୱ ପରିବାରକୁ ଓଡିଆରପି ଯୋଜନାରେ ସାମିଲ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ