ଆଇନ ସେବା ପ୍ରାଧିକରଣ ଦିବସ ପାଳିତ ;

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ  ଆଙ୍କୋରଡ଼ା ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ସୋମବାର ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ ପାଳିତ ହୋଇଯାଇଛି। କମିଟି ଅଧ୍ୟକ୍ଷା ତଥା ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟ ର ମାଜିଷ୍ଟ୍ରେଟ  ମହାଶ୍ଵେତା ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗି, ଆଇନଜୀବି ନୀଳମାଧବ ରଥ, ହରପ୍ରସାଦ ରଥ, ଗିରିଜା ନନ୍ଦନ ମେକାପ, ସରପଞ୍ଚ ରୀନା ପ୍ରଧାନ, ସିଡିପିଓ ଗୀତାଞ୍ଜଳି ବେହେରା, ଅଙ୍ଗନୱାଡ଼ି ପରିଦର୍ଶିକା ସତ୍ୟଭାମା ପାଢ଼ୀ, ପୂର୍ବତନ ସରପଞ୍ଚ କେ. ତାରକେଶ୍ୱର ଦୋରା,  ନିରାକାର ପ୍ରଧାନ, ସରପଞ୍ଚ ପ୍ରତିନିଧି ଟୁଲୁ ପ୍ରଧାନ, ସାଧନା ମହିଳା ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ , ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଏବଂ ଆପୋଷ ମିଳାମିଶା ମାଧ୍ୟମରେ ବିଭିନ୍ନ ମାମଲା ର ସ୍ଥାୟୀ ସମାଧାନ , ସମ୍ମୁଖ ଅଫିସ ଓ ମଧ୍ୟସ୍ଥତା କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା। ଆଇନ ସହାୟତା କମିଟି ସମ୍ପାଦକ ପ୍ରଦୀପ ପୁରୋହିତଙ୍କ ସଂଯୋଜନାରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ