ନୂଆଁ ସିଡିପିଓଙ୍କୁ ସ୍ୱାଗତ ଜଣାଇବା ସହ ପୁରୁଣାଙ୍କୁ ବିଦାୟ ଦେଲେ ବେଲଗୁଣ୍ଠା ଅଙ୍ଗନୱାଡ଼ି କର୍ମୀ

 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ବେଲଗୁଣ୍ଠା ବ୍ଲକ୍ ରେ ଅଙ୍ଗନୱାଡ଼ି କର୍ମୀ ସଂଘ ତରଫରୁ ନୂତନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ସ୍ୱାଗତ କରିବା ସହ ପୂର୍ବତନ ଅଧିକାରିଣୀଙ୍କୁ ବିଦାୟ ଜଣାଇଛନ୍ତି I ସଂଘ ଉପଦେଷ୍ଟା କେ.ରବିନ୍ଦ୍ର କୁମାର ପାତ୍ର,ସଭାନେତ୍ରୀ କବିତା କୁମାରୀ ସାହୁ,ସମ୍ପାଦିକା ମମତା କୁମାରୀ ପାଣିଗ୍ରାହୀ,ରୂନା ପ୍ରଧାନ, ସ୍ଵର୍ଣ୍ଣଲତା ମହାପାତ୍ର, ଚଞ୍ଚଳା ମିଶ୍ର, ସାବିତ୍ରି ବେହେରା, ଛବି ରାଣୀ ଖଣ୍ଡୁଆଳ, ସୁପରଭାଇଜର ସଂଯୁକ୍ତା ଦାସ, ଲୀଲୀମା ପଣ୍ଡା, ରଂଜୂକ୍ତା ସ୍ୱାଇଁ, ପ୍ରଶାନ୍ତି ତ୍ରିପାଠି ଏବଂ କିରାଣି ରାଧା କାନ୍ତ ନାୟକ ଓ ପିନାକୀ ମଳିକ ପ୍ରମୁଖ ଏକ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହି ରାୟଗଡ଼ା ଜିଲ୍ଳା ମୁନିଗୁଡା ବ୍ଳକ୍ ରୁ ବଦଳି ହୋଇ ଆସି ବେଲଗୁଣ୍ଠା ବ୍ଳକ୍ ରେ ନୂତନ ଭାବେ ଯୋଗ ଦେଇଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ରଙ୍କୁ ସ୍ୱାଗତ ଜଣାଇବା ସହ ଏଠାରେ ପୂର୍ବରୁ କାର୍ଯ୍ୟରତ ସିଡିପିଓ କ୍ରିଷ୍ଣା ପ୍ରିୟା ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରେ ନୂତନ ସିଡିପିଓ ଶ୍ରୀମତୀ ମିଶ୍ର ଆଗାମୀ ଦିନରେ ବ୍ଳକ୍ ରେ ମହିଳା ଏବଂ ଶିଶୁଙ୍କ ବିକାଶ ପାଇଁ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟକରିବାକୁ ପ୍ରତିଶୃ୍ତି ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ