ନବୀନ ବାବୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହେବା ପରେ ପାରଳାରେ ବିଜେଡିର ଶୋଭାଯାତ୍ରା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଏକ ସର୍ଭେରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତ ବର୍ଷରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ନମ୍ବର-୧ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହେବାପରେ ଗଜପତି ଜିଲ୍ଲାର ବିଜେଡି ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଏକ ପ୍ରକାର ଆନନ୍ଦର ଲହରୀ ଖେଳି ଯାଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ଯୁବ ବିଜେଡି ଜିଲ୍ଲା ସଭାପତି ଏସ୍.ଲିଙ୍ଗରାଜ,ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ପରିଚ୍ଛା,ଏନ୍.ଶଙ୍କରି ଓ ନଗର ବିଜେଡିର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କ ନେତୃତ୍ୱରେ ବିଜେଡି ଦଳର ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବିଦ୍ଧ ଜନ ହିତକର ଯୋଜନା ଗୁଡିକୁ ନେଇ ସାଧାରଣରେ ସଚେତନ କରାଯାଇଥିଲା ।


