ଜି ଉଦୟଗିରି ରେ ଆମ ପୋଲିସ୍ ସମିତି ବୈଠକ

କମିଛି ଅପରାଧ, ଜୁଆ, ମଦ କାରବାର; ପୋଲିସ୍ ପ୍ରତି ବଢିଛି ବିଶ୍ବାସ
ଜି. ଉଦୟଗିରି (ରଘୁନାଥ ସାହୁ): ଜି. ଉଦୟଗିରି ଥାନା ଅଂଚଳରେ କମିଛି ଅପରାଧ, ରାହାଜାନୀ,  ବେଆଇନ ମଦ କାରବାର ଓ  ଜୁଆ ଆଡ୍ଡା । ସାବାଡ ହୋଇଛନ୍ତି ଦେଶୀ ମଦବେପାରୀ, ଜୁଆଡି । କଳିଗାଂ ଘାଟି ରେ ନାହିଁ ରାହାଜାନୀ ର ଖବର ।  ସମାଜ କୁ ଅପରାଧ ମୁକ୍ତ କରାବା ପାଇଁ ପୁଲିସ ପକ୍ଷରୁ ନିଆଯାଇଥିବା ଦ୍ରୁଷ୍ଟାନ୍ତମୂଳକ କାଯ୍ଯାନୁଷ୍ଠାନ  ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଆଜି ଆମ ପୋଲିସ୍ ସମିତି ବୈଠକ ରେ ଆଠଟି ପଞ୍ଚାୟତ ର  ଲୋକ ମତ ପ୍ରକାଶ କରିବା ସହିତ ପ୍ରଶଂସା କରିଛନ୍ତି ପୋଲିସ୍ ର ପଦକ୍ଷେପକୁ । ଆଜି ଜି. ଉଦୟଗିରି ଥାନା ପରିସରରେ ଥାନା ଅଧିକାରୀ ନରେଶ କୁମାର ସାହୁ ଅଧକ୍ଷତାରେ ରେ ଆଯୋଜିତ ଆମ ପୋଲିସ୍ ସମିତି ବୈଠକ ରେ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ମାନକଂ  ସହିତ ଗଣମାଧ୍ଯମ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ  ବେଆଇନ ନିଶା  କାରବାର ରୋକିବା ପାଇଁ ପ୍ରତି ପଞ୍ଚାୟତ ରେ ବୈଠକ କରାଯାଇ ଜନସାଧାରଣଙ୍କୁ ଅଧିକ ସଚେତନ କରାଯିବ । ବେଆଇନ ନିଶା କାରବାର ବିରୁଦ୍ଧ ରେ ଦ୍ରୁଢ କାଯ୍ଯାନୁଷ୍ଠାନ ନିଆଯିବ । ପ୍ରବେଶ ପଥ  ରେ ଥିବା କଳିଙ୍ଗା ବିଟ୍ କୁ ଆଉଟ ପୋଷ୍ଟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ଶେଷ ପଯ୍ଯାୟ ରେ ଥିବା ବେଳେ, ଶୀଘ୍ର କରାଗଲେ କଳିଙ୍ଗା ସମେତ କଳିଙ୍ଗାଘାଟି ରେ ଅଧିକ ସୁରକ୍ଷା ବ୍ଯବସ୍ଥା କଡାକଡି ହୋଇପାରିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ବୈଠକ କୁ ଏଏସଆଇ ସୁବାସ ପ୍ରଧାନ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ