ମଡେଲ ହାଟର ଉନ୍ନତିକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଲେ ନରେନ୍ଦ୍ରପୁର ଗ୍ରାମବାସୀ
ଛତ୍ରପୁର,(ଦେବଦତ୍ତ ମହାରଣା): ନରେନ୍ଦ୍ରପୁର ମଡେଲ ହାଟର ଉନ୍ନତିକରଣ ପାଇଁ କିଛି ଆର୍ଥିକ ସହାୟତା ଯୋଗାଇଦେବା ଦାବି ନେଇ ନରେନ୍ଦ୍ରପୁର ଗ୍ରାମର ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ ସଂଘ, ଗ୍ରାମ୍ୟ ପାନୀୟ ଜଳ କମିଟି, ଗାମ୍ୟ କମିଟି ଓ ମୁଖିଆମାନଙ୍କୁ ନେଇ ନରନ୍ଦ୍ରପୁର ସରପଂଚ ବାବୁଲା ବେହେରାଙ୍କ ନେତୃତ୍ୱରେ ଏକ ସମ୍ବଳିତ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ପ୍ରଦାନ କରାଯାଇଛି । ମଡେଲ ହାଟର ଉନ୍ନତିକରଣ ହେଲେ ବ୍ୟବସାୟୀ ଓ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମଧ୍ୟ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକ ଓ ବିଡିଓଙ୍କୁ ମଧ୍ୟ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ନରେନ୍ଦ୍ରପୁର ସରପଂଚ ଶ୍ରୀ ବେହେରା, ଅବସରପ୍ରାପ୍ତ କର୍ଣ୍ଣେଲ ରାମଚନ୍ଦ୍ର ଗୌଡ଼, ଏସ.ଭାଗିରଥୀ ରେଡ୍ଡି, ସୁଦର୍ଶନ ପାତ୍ର, ପ୍ରଫୁଲ୍ଲ କୁମାର ବେହେରା, ପର୍ଶୁରାମ ଜେନା, କେ.ସଂଜୀବ ରେଡ୍ଡି, ନିରଞ୍ଜନ ସାହୁ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।


