୩ ଚୋରା ଗଂଜେଇ ବେପାରୀ ଗିରଫ

ନାଉଗାଁ, (ଓ୍ବାଇଏନଏସ):  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାଳା ପରିସରରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଏସଡିପିଓ ଦିବ୍ୟ ରଞ୍ଜନ ନାଥ, ଏସଆଇ ଜାକସନ ମାଝି, ଏସଆଇ ଏ. ରାଜେଶ ଉପସ୍ଥିତ ଥିଲେ । ଏସଡିପିଓଙ୍କ ସୂଚନା ମୁତାବକ ବିଶେଷ ସୂତ୍ରରୁ କଟକ ଆଡୁ ନାଭଗାଁ ଅଭିମୁଖେ ଏକ ଗାଡି ଆସୁଥିବା ବେଳେ ଏଥିରେ ଚୋରା ସାମଗ୍ରୀ ଥିବା ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ନଦୀ ବନ୍ଧ ନିକଟରେ ସୋମବାର ଅପରାହ୍ନରେ ଏସଆଇ ଏସ. ରାଜେଶଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅତର୍କିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ପରିବହନ ପାଇଁ ବ୍ୟବହୃତ ଧଳା ରଙ୍ଗର କାର, ଗୋଟିଏ ଲାପଟପ, ତିନୋଟି ସ୍ମାର୍ଟ ଫୋନ ସମେତ ୨୨ କି.ଗ୍ରା ୧୦୩ ଗ୍ରାମ ଗଂଜେଇ ଜବତ କରାଯାଇଛି । ଉକ୍ତ ଚୋରା ମାଦକ ଦ୍ରବ୍ୟ ଚେପାର କରୁଥିବା ୩ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲା ରମ୍ଭାଦେଇପୁର ଜାଦିଲୋଗଡର ଚିନା ଓରଫ ଜୀବନ ରଂଜନ ରାୟ (୩୯), ଓଡିଶୋ ବଣିଆସାହି ଡିହର କାଳିଆ ଓରଫ ନିରଂଜନ ରାଉତ(୩୬), ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁର ହରେଶ ଓରଫ ସନ୍ଦୀପ କୁମାର ରାଉଳ (୨୯)କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାର ସଙ୍ଗଠନ କରି ନୋଟୱାର୍କ ମାଧ୍ୟମରେ ବେପାର ଜାରି ରଖିଥିଲେ । ସେମାନେ ବିଭିନ୍ନ ଉଠା ଦୋକାନୀ ଓ ଖୁଚୁରା ବ୍ୟବସାୟୀ ଭାବେ ଆସି ଗ୍ରାହକମାନଙ୍କୁ ଗଂଜେଇ ପ୍ରଦାନ କରୁଥିଲେ । ଏହି ଗଂଜେଇକୁ ସେମାନେ କନ୍ଧମାଳ ଜିଲାରୁ ଆଣୁଥିବା ତଦନ୍ତ ବେଳେ ଜଣାଯାଇଛି । ପୋଲିସର ସନ୍ଦେହ ଓ ନିୟମିତ କରାଯାଉଥିବା ଯାଂଚରୁ ବର୍ତିବା ପାଇଁ ସେମାନେ ଭୂବନେଶ୍ବରରୁ ଭଡା ଗାଡି ବ୍ୟବାହର କରି ବିଭିନ୍ନ ସ୍ଥାନକୁ ଗଂଜେଇ ପଠାଉଥିଲେ । ଅଭିଯୁକ୍ତ ମାନେ ସେମାନଙ୍କ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ମୋବାଇଲ ଫୋନ ପରିବର୍ତେ ଲାପଟପ ସହିତ ନିଜ ସ୍ମାର୍ଟ ଫୋନକୁ ୱାଇ ଫାଇ ମାଧ୍ୟମରେ ସଂଯୋଗ କରି ବିଭିନ୍ନ ସୋସିଆଲ ମିଡିଆରେ ଆପ୍ଲିକେସନ ଜରିଆରେ ଯୋଗାଯୋଗ କରୁଥିବା ଜଣାଯାଇଛି । ଅଭିଯୁକ୍ତ ଜୀବନ ରାୟ ପୂର୍ବରୁ କେଶ ନଂ ୧୫୭ ତା ୧୦ ଜୁନ ୨୦୨୬ ରେ ଧରା ଯାଇଥିବା ଅଭିଯୁକ୍ତମାନଙ୍କୁ ଗଂଜେଇ ଯୋଗାଉଥିବା ଜଣାଯାଇଛି । ଅଧିକ ତଦନ୍ତ ପାଇଁ ଜୀବନକୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଥାନା ପକ୍ଷରୁ ୧୭୨ / ୨୬ ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ