ରକ୍ତଦାନ ଶିବିର ଅନୁଷ୍ଠିତ: ୬୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,(ଓ୍ବାଇଏନଏସ) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଥିବା ରକ୍ତ ଭଣ୍ଡାରରେ ଆବଶ୍ୟକ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଙ୍କ ଉଦ୍ୟମରେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ  ଥିବା କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଙ୍କ ଉପସ୍ଥିତିରେ  ଦିଗପହଣ୍ଡି ଅଞ୍ଚଳର ସର୍ବାଧିକ ରକ୍ତଦାନ କରିଥିବା ସାମାଜିକ କର୍ମୀ ପ୍ରଶାନ୍ତ ପୂଜାରୀ  ଶିବିର ଉଦଘାଟନ କରିଥିବା ବେଳେ  ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆସିଥିବା ଦିଗପହଣ୍ଡି ବ୍ଲକ ଫାସିଗୁଡା ପଞ୍ଚାୟତ  ତୁଣ୍ଡୁରା ଗ୍ରାମର ଆଦୌ ଚାଲିପାରୁନଥିବା ଦିବ୍ଯାଙ୍ଗ ରବିନ୍ଦ୍ର ପ୍ରଧାନ  ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ସେ ପ୍ରଥମେ ରକ୍ତଦାନ କରି ଶିବିର ଶୁଭାରମ୍ଭ କରିଥିଲେ । ରକ୍ତଭଣ୍ଡାର ର ଡାକ୍ତର ପୁନମ ବେହେରା ଙ୍କ ନେତୃତ୍ବରେ  ରକ୍ତଭଣ୍ଡାର କର୍ମଚାରୀ ବୃନ୍ଦ ରକ୍ତ ସଂଗ୍ରହ କାର୍ଯ୍ୟ ତଦାରଖ କରିଥିଲେ । ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବିଧାୟକ ଉପସ୍ଥିତ ରହି ସମସ୍ତ ରକ୍ତଦାତା ଙ୍କୁ  ଉତ୍ସାହିତ କରିବା ସହ ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ । ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ନଳିନୀକାନ୍ତ ବିଷୋୟୀ ଙ୍କ ସମେତ  ବିକାଶ ରଥ , ଚନ୍ଦନ ଦାସ , ଶିବାନନ୍ଦ ଦାସ , ପରମାନନ୍ଦ ଦଳାଇ , ଦେବପ୍ରସାଦ ଗୌଡ଼ , ବାପି ପ୍ରଧାନ , ଆଲୁ . ହରି , ଟୁକୁନା ସାହୁ , ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ଭାଜପା କର୍ମକର୍ତ୍ତା କେ . ନରସିଂହ ପାତ୍ର , ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସରପଞ୍ଚ ରଞ୍ଜନ କୁମାର ସାହୁ , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ସନ୍ତୋଷ କୁମାର ଦୋରା , ଭାଜପା ମଣ୍ଡଳ ସଭାପତି ମିଟୁ ଦୋରା , ଅରୁଣ ଗୌଡ଼ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ