ଲକ୍ଷ୍ମୀପୁରଠାରେ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ; ପ୍ରଥମ ଦିନରେ ବେଙ୍ଗଲ ଟାଇଗର ବିଜୟୀ
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଠାରେ ଲକ୍ଷ୍ମୀପୁର ୟୁଥ କ୍ଲବ ପକ୍ଷରୁ ରଘୁନାଥ ଗୋପିନାଥ ଲକ୍ଷ୍ମୀପୁର କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବିଜେଡି ଯୁବନେତା ବନମାଳି ସେଠୀ, ଯୁବନେତା ଅବନି କୁମାର ଶତପଥୀ, ଲକ୍ଷ୍ମୀପୁର ସରପଂଚ ଏମ.ନରସିଂହ ରେଡ୍ଡି ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପରସ୍ପର ଭାଇଚାରା ରଖି ଶାନ୍ତିପୂର୍ଣ୍ଣ ଭାବେ କୋଭିଡ ନିୟମ ପ୍ରକାରେ ଖେଳିବା ନିମନ୍ତେ ଅତିଥିମାନେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ବି.ସୁରେୟା ରେଡ୍ଡି, ପି.ଧର୍ମରାଜୁ ରେଡ୍ଡି, ଆର.ହରିବନ୍ଧୁ ରେଡ୍ଡି, ନାରାୟଣ ନାହାକ, ଡି.ମୋହନ ରେଡ୍ଡି, ଡି.ସୀମାଦ୍ରି ରେଡ୍ଡି, କେ.ପୂର୍ଣ୍ଣଚନ୍ଦ୍ର ରେଡ୍ଡି, ଏସ.ଦୀନବନ୍ଧୁ ରେଡ୍ଡି, ଏସ.ସୀମାଦ୍ରି ରେଡ୍ଡି, ବାବୁଲା ଗୌଡ଼, ଏନ.ଗୁରୁନାଥ ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଉଦ୍ଘାଟନି ମ୍ୟାଚରେ ବ୍ରହ୍ମପୁରର ଏମଡିସିସି ସହ ବେଙ୍ଗାଇଟାଇଗର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ବେଙ୍ଗାଲ ଟାଇଗର ବିଜୟୀ ହାସଲ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ୟୁଥ କ୍ଲବର ସଭାପତି ଏଲ.ନାଗରାଜୁ ରେଡ୍ଡି ଓ ସଂଜୀବ ରେଡ୍ଡୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।