ଋଷିକୁଲ୍ୟା ଟି-୨୦କ୍ରିକେଟ;ଧରାକୋଟକୁ ହରାଇ ମୁଜାଗଡ଼ ବିଜୟୀ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ମିନି ଷ୍ଟାଡିଅମରେ ଆୟୋଜିତ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ଧରାକୋଟକୁ ହରାଇ ମୁଜାଗଡ଼ ବିଜୟୀ ହୋଇଛି । ପ୍ରଥମେ ଟସଜିତି ମୁଜାଗଡ଼ ବୋଲିଂ କରିବା ନିଷ୍ପତି ନେଇଥିଲା ।ଧରାକୋଟ ପ୍ରଥମେ ବେଟିଙ୍ଗ କରି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ବିକେଟ ହରାଇ୧୭୦ରନ ସଂଗ୍ରହ କରିଥିଲେ।ଏହାର ଜବାବରେ ମୁଜାଗଡ଼୧୭ ଓଭରରେ ୪ଗୋଟି ବିକେଟ ହରାଇ୧୭୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।ଦଳ ତରଫରୁ ମନୋରଞ୍ଜନ ସର୍ବାଧିକ ୭୭ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ଭାବେ ଆଜିର ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ତଥା କଳାକାର କାଳିଚରଣ ପ୍ରଧାନଙ୍କ ଠାରୁ ଟ୍ରଫି ହାସଲ କରିଥିଲେ ।ଆଜିର ମେଚକୁ କ୍ଲବର ସରୋଜ କୁମାର ମହାରଣା ଓ ସତ୍ୟ ପଟନାୟକ ଅମ୍ପାଇଁରିଂ କରିଥିବା ବେଳେ ଶ୍ରିତମ ଓ ରାଜା ସ୍କୋରର ଏବଂ ମନୋଜ ମହାପାତ୍ର ସଞ୍ଜୟ ପଣ୍ଡା ଭାଷ୍ୟକାର ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ ।ଆସନ୍ତା କାଲି ଆସିକା ପାୱାର କ୍ରିକେଟ କ୍ଲବ ସହ ବଡଗଡ଼ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ |


