ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ ନିୟମ ମାନି ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି | ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପ୍ରକାରେ ଚଳିତ ବର୍ଷ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସରକାରଙ୍କ କୋଭିଡ ନିର୍ଦେଶନାମା ମାନି ପାଳନ କରାଯିବ | ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ କୌଣସି ସ୍କୁଲ କିମ୍ବା କଲେଜ ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିପାରିବେ ନାହିଁ | ଏହାଛଡା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ ନାହିଁ | ପ୍ୟାରେଡ ପଡିଆକୁ କୌଣସି ସାଧାରଣ ଜନତାକୁ ଛଡା ଯିବ ନାହିଁ | କେବଳ ଅଳ୍ପ ସଂଖ୍ୟକ ଅଥିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଜାତୀୟ ପତକା ଉତ୍ତୋଳନ କରି ଉଦବୋଧନ ଦେବେ |ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଅର୍ଥାତ ପୁରୁଣା ଜେଲ ପଡିଆ ଠାରେ ୭୨ ତମ ସାଧରଣତନ୍ତ୍ର ଦିବସ ପାଳନ କରାଯିବ | ଭଞ୍ଜନଗର ଉପଜିଲ୍ଲାପାଳ ସକାଳ ୮.୩୦ ମିନଟ ସମୟରେ ଜାତୀୟ ପତକା ଉତ୍ତୋଳନ କରିବେ | ସେହି ଦିବସ ଦିନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ସକାଳ ଭୋର ୫ ଟା ରୁ ରାମଧୂନ ପ୍ରଚାର କରାଯିବ | ସକାଳ ୭.୩୦ ମିନଟ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତକା ଉତ୍ତୋଳନ କରିବେ | ମହାମାରୀ କୋଭିଡ ସମୟରେ ଉତ୍ତମ ସେବା ଯୋଗେଇଦେଇଥିବା ସରକାରୀ ବିଭାଗ ଏବଂ ଅନ୍ୟ ସାମାଜିକ ଅନୁଷ୍ଠାନ ଗୁଡିକୁ ସମ୍ବର୍ଦ୍ଧନା କରାଯିବ ନିମନ୍ତେ ନିଷ୍ପତି ହେଇଛି | ବଡକଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିପି କେନ୍ଦ୍ର ଏବଂ ଉପଖଣ୍ଡ ଡାକ୍ତର ଖାନରେ ରୋଗୀ ମାନଙ୍କୁ ଜାତୀୟ ଦିବସ ଉପଲକ୍ଷେ ଉପଜିଲ୍ଲାପାଳ ମିଷ୍ଟାନ, ଫଳ ବଣ୍ଟନ କରିବେ | ସାଧାରଣତନ୍ତ୍ର ଦିବସ ଦିନ ଅପରାହ୍ନରେ ମେଡ଼ିଆ ଏକାଦଶ ଏବଂ ପ୍ରଶାସନ ଏକାଦଶ ମଧ୍ୟରେ ଏକ ପ୍ରଦଶନୀ ଫୁଟବଲ ମେଚ ଆୟୋଜନ କରାଯିବ ପାଇଁ ବୈଠକରେ ନିଷ୍ପତି ହେଇଛି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ମେଡିକାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, କେଏସୟୁବି କଲେଜ ର ଏନସିସି ନାଭଲ ଅଫିସର ରବୀନ୍ଦ୍ର କୁମାର ମିଶ୍ର,କେଏସୟୁବି କଲେଜ ଏନସିସି ଆର୍ମି ଅଫିସର ଲେଫଟଣ୍ଡ ଆର. ତ୍ରିପାଠୀ, ଏକ୍ସଆର୍ମି ସଂଘ ର ସମ୍ପାଦକ କିଶୋର ଚନ୍ଦ୍ର ଡାକୁଆ, ଆରଏମସି ସେକ୍ରେଟାରୀ ଦିନବନ୍ଧୁ ଗୌଡ଼, ଏଇ ପିଏଚଡି ଗୋପାଳ ଚନ୍ଦ୍ର ବେହେରା, ବିଞ୍ଝଗିରି ପିୟୁପିଏସ ପ୍ରଧାନଶିକ୍ଷୟତ୍ରି ଜୋନ୍ନା ଦେବି, ୟୁବି ହାଇସ୍କୁଲ ଏନସିସି ନାଭାଲ ଅଫିସର କେଦାର ନାଥ ସେଠୀ,ୟୁବି ହାଇସ୍କୁଲ ଏନସିସି ଆର୍ମି ଅଫିସର ଶ୍ୟାମ ପ୍ରସାଦ ମିଶ୍ର, ସମାଜ ସେଵୀ ଶୁଳପାଣି ଶତପଥି, ସୁନୀଲ ପଟ୍ଟନାୟକ ସମେତ ଅନ୍ୟ ବିଭଗୀୟ ଅଧିକାରୀ, ବୁଦ୍ଧିଜୀବୀ ଏବଂ ଉଭୟ ବୈଦୁତିକ, ଛାପା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ