ନେପାଳର ପଶୁପତିନାଥ ଡଃ ପ୍ରଦୀପ ଢକାଲଙ୍କୁ ନାଗରିକ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ତରଫରୁ ସ୍ଥାନୀୟ ହୋଟେଲ ରୟାଲ ସୁଇଟ୍ସ, ସତ୍ୟନଗରଠାରେ ନେପାଳର ପଶୁପତିନାଥ ମନ୍ଦିରର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଦୀପ ଢକାଲଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଗାମୀ ୧୫ ତାରିଖ ଦିନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଜଗନ୍ନାଥ ଧାମରୁ ନେପାଳର ଶ୍ରୀ ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ମୈତ୍ରୀ ଯାତ୍ରାର ଶୁଭାରମ୍ଭ ହେବ । ଏଥିରେ ବିଭିନ୍ନ ବର୍ଗର ୪୦ଜଣ ବିଶିଷ୍ଟ ବ୍ୟକ୍ତି ଯାତ୍ରା କରିବେ ଏବଂ ୨୪ ତାରିଖ ଦିନ ସେମାନେ ନେପାଳରୁ ୨୦୨୦ଟି ଶାଳଗ୍ରାମ (ଚଳନ୍ତି ବିଷ୍ଣୁ)କୁ ସାଙ୍ଗରେ ଆଣି ଜଗନ୍ନାଥ ଧାମରେ ପହଞ୍ôଚବେ । ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ର ସହ ନେପାଳର ସମ୍ପର୍କ ନିବିଡ଼ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଣ୍ଟ ଜାଭିୟର ଗ୍ରୁପ୍ର ଅଧ୍ୟକ୍ଷ, ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଶ୍ରୀଯୁକ୍ତ ବଦ୍ରୀନାଥ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ଧାମର ବିଶିଷ୍ଟ ସେବାୟତ ତଥା ଗବେଷକ ଶ୍ରୀଯୁକ୍ତ ନୀଳମଣି ଗୁରୁ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ହେମରାଜ ଆଡ଼ଭଟାଇଜିଙ୍ଗର ମୁଖ୍ୟ ତଥା ହିନ୍ଦି ପତ୍ରିକା ସନ୍ମାର୍ଗର ପ୍ରକାଶକ ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ଡଃ ପ୍ରଦୀପ ଢକାଲ ଜଗନ୍ନାଥ ଧାମ୍ ଏବଂ ନେପାଳ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ପୁରୁଷ ପୁରୁଷ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ନେପାଳର ସମ୍ପର୍କ ରହି ଆସିଥିବା ବେଳେ ଏହି ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ତାଙ୍କ ବକ୍ତବ୍ୟରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡ଼ିଶା ଇଣ୍ଟରନ୍ୟାସନାଳ ସେଣ୍ଟରର ଅଧ୍ୟକ୍ଷ ଶ୍ରୀଯୁକ୍ତ ପରେଶ ନାୟକ ସ୍ୱାଗତ ଭାଷଣ ଦେବା ସହ ଯାତ୍ରାର ସବିଶେଷ ବିବରଣୀ ତାଙ୍କର ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଭାବଗ୍ରାହୀ ଶାନ୍ତି, ଶ୍ରୀ ସତ୍ୟସୁନ୍ଦର ପଣ୍ଡା, ଶ୍ରୀ ଅଶୋକ ସାହୁ, ଶ୍ରୀ ଉଦୟନାଥ ଶାନ୍ତି, ଶ୍ରୀମତୀ ଇନ୍ଦିରା ମିଶ୍ର, ଶ୍ରୀମତୀ ସୁଭଦ୍ରା ମିଶ୍ର, ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର, ଶ୍ରୀ ପ୍ରଶାନ୍ତ ବିଦ୍ୟାଧର, ଶ୍ରୀମତୀ କୁମୁଦିନୀ ପଣ୍ଡା, ଶ୍ରୀମତୀ ଲିଜା ସାହିଲ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜୟପ୍ରକାଶ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସର୍ବଶେଷରେ ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।