ସାମୁଦ୍ରିକ ତୋଫାନ “ହଗିବିସ୍ ‘ ଯୋଗୁଁ ଜାପାନରେ ୧୧ ମୃତ
ଟୋକିଓ: ଶକ୍ତିଶାଳୀ ସାମୁଦ୍ରିକ ତୋଫାନ “ହଗିବିସ୍ ‘ ପ୍ରବାହିତ ହେବା ଯୋଗୁଁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ନିଖୋଜ ହାଇଯାଇଛନ୍ତି । ପାଣିଘେରରେ ଅଟକି ରହିଯାଇଥିବା ଲାକମାନଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଜାପାନ ସାମରିକ ବାହିନୀ ତତ୍ପର ହୋଇଉଠିଛି । ତୋଫାନ୍ ଯୋଗୁଁ ଅତି ପ୍ରବଳ ବର୍ଷା ଯୋଗୁଁ ଭୟାବହ ଭୂସ୍ଖଳ ଘଟିବା ସହ ନଦୀ ସବୁ କୂଳ ଲଙ୍ଘିଛନ୍ତି । ତୋଫାନଜନିତ ଧ୍ୱଂସଲୀଳା ଯୋଗୁଁ ଆୟୋଜକମାନେ ରଗ୍ବି ବିଶ୍ୱକପର ତୃତୀୟ ମ୍ୟାଚ୍ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ରବିବାର ସକାଳ ସୁଦ୍ଧା ଉଲ୍ଲେଖଯାଗ୍ୟ ଭାବେ ଦୁର୍ବଳ ହୋଇପଡ଼ଥିବା ତୋଫାନ ସ୍ଥଳଭାଗରୁ ହଟି ଯାଇଥିଲେ ବି କେନ୍ଦ୍ରୀୟ ଜାପାନର ନାଗାନା ଠାରେ ଭୀଷଣ ବନ୍ୟା ଆସିଛି । ଚିକୁମା ନଦୀର ବନ୍ଧ ଭାଙ୍ଗିଯାଇ ଆଖପାଖ ଜନବସତି ଅଞ୍ଚଳ ମଧ୍ୟକୁ ପାଣି ପଶିଯାଇ ଘରର ଦୁଇ ମହଲା ଯାଏଁ ପାଣିରେ ଡୁବିଯାଇଛି । ଧ୍ୟାନ ଆକର୍ଷଣ ପାଇଁ ବାଲକୋନିରେ ଠିଆ ହାଇ ରୁମାଲ ହଲାଉଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ସେନାବାହିନୀ ହେଲିକପ୍ଟର୍ ମୁତୟନ କରିଛି । ଆକାଶରୁ ଉତ୍ତାଳିତ ଫଟାରେ ଦେଖାଯାଉଛି ନାଗାନାସ୍ଥିତ ଡିପାରେ ଗାଳିଆ ପାଣିରେ ଅଧାବୁଡ଼ା ହାଇ ରହିଛି ଧାଡ଼ି ଧାଡ଼ି ବୁଲେଟ୍ ଟ୍ରେନ୍ । ରବିବାର ସକାଳ ସୁଦ୍ଧା ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ଏବଂ ଦୁଇଟି ବିମାନ ବନ୍ଦରରେ ଉଡ଼ାଣ ଆରମ୍ଭ କରାଯାଇଥିଲେ ବି ଅଧିକାଂଶ ବିମାନ ଚଳାଚଳ ବାତିଲ କରାଯାଇଛି ।


