ବ୍ରହ୍ମପୁର ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସର ଚଢାଉ ,୯୫ ଜୁଆଡି ଗିରଫ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦିନକୁ ଦିନ ଗଞ୍ଜାମରେ କାୟା ବିସ୍ତାର କରିଚାଲିଛି ଜୁଆ ଆଡ୍ଡା । ପୋଲିସ ଲଗାତାର ଭାବେ ଜୁଆ ଆଡ୍ଡା ଉପରେ ଯେତେ ଚଢାଉ କରିଚାଲିଥିଲେ ମଧ୍ୟ ବ୍ରହ୍ମପୁରରେ ଜୁଆ ଖେଳ ବନ୍ଦ ହେବାର ନାଁ ନେଉନାହିଁ । ସେହିକ୍ରମରେ ରବିବାର ସହରରେ ଥିବା ବିଭିନ୍ନ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରିଛି ବ୍ରହ୍ମପୁର ପୋଲିସ । ୭ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି,୯୫ ଜୁଆଡିଙ୍କୁ ଗିରଫ କରିବା ସହ ୨୫ଟି ମୋବାଇଲଫୋନ, ୪ଲକ୍ଷ ୨୪ହଜାର ଟଙ୍କା ଜବତ କରିଛି ।


