ମାଓ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକର ନାମ କୈଳାସ କହଁର ଓରଫ ସାଗର। ଗତ ୨୦୨୦ ଜାନୁଆରି ୧୭ ତାରିଖରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଆଙ୍ଗାସୁଗା ଗ୍ରାମରେ ଘଟିଥିବା ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ କୈଳାସର ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ କୈଳାସ, ସୀତାକା କହଁର, ସନାତନ କହଁରର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଅନ୍ୟମାନଙ୍କୁ ପୂର୍ବରୁ ଗିରଫ କରା ଯାଇଥିବା ବେଳେ କୈଳାସ ଫେରାର ଥିଲା। ପୁଲିସ ବେଡ଼ାକେତା ଗ୍ରାମରେ ଚଢ଼ଉ କରି କୈଳାସକୁ ଗିରଫ କରିଛି। କୈଳାସ ମାଓ ପୋଷ୍ଟର ଓ ବ୍ୟାନର ମାରିବା ସହ ଅନ୍ୟାନ୍ୟ କାର୍ଯ୍ୟ‌ରେ ମାଓବାଦୀଙ୍କୁ ସହଯୋଗ କରୁଥିବା ପୁଲିସ ଜାଣିବାକୁ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ