ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟର ଦଶମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ‘ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ’ର ୧୦ମ ବାର୍ଷିକ ଉତ୍ସବ ଭଞ୍ଜକଳା ମଣ୍ଡପଠାରେ ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାଧା କଳାକୁଞ୍ଜ ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ଯାହାର ମୁଖ୍ୟ ପ୍ରତିଷ୍ଠାତା ଗୁରୁ ଶ୍ରୀମତୀ ମୀନତି ପ୍ରଧାନ । ଏହି ବାର୍ଷିକ ଉତ୍ସବରେ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୁରୁ ପ୍ରଫୁଲ୍ଲ କର, ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି, ଓଡ଼ିଆ କଣ୍ଠଶିଳ୍ପୀ ଶ୍ରୀମତୀ ସଙ୍ଗୀତା ଗୋସାଇଁ ଏବଂ ସୁପ୍ରସିଦ୍ଧ ମର୍ଦ୍ଦଳ ବାଦକ ଗୁରୁ  ଧନଞ୍ଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଅନୁଷ୍ଠାନର ଉତ୍ତରରୋତ୍ତର କାମନା କରିଥିଲେ । ପଦ୍ମଶ୍ରୀ ପ୍ରଫୁଲ୍ଲ କର ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣକୁ ଉପଭୋଗ କରିଥିଲେ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶ୍ରୀରାଧା କଳାକୁଞ୍ଜର ଶିଳ୍ପୀମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ ମଙ୍ଗଳା ଚରଣରେ ଜୟ ଜୟ ପ୍ରଭୁ ଗଜାନନ, ବସନ୍ତ ପଲ୍ଲବୀ, ବିଲାହାରୀ ପଲ୍ଲବୀ, ନୃତ୍ୟାଭିନୟରେ ଅଷ୍ଟଲକ୍ଷ୍ମୀ, ବ୍ରଜେ ବସନ୍ତଂ ନବନିତ ଚୌରଂ, ମିତ ·ହାଁରେ ପରା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ପରେ ପରେ କୁନି କୁନି କଳାକାରମାନଙ୍କ ଦ୍ୱାରା ପଲ୍ଲୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ଯାହା ବାର୍ଷିକ  ଉତ୍ସବ ସନ୍ଧ୍ୟାରେ ଉପସ୍ଥିତ ଥିବା ଅତିଥି ଏବଂ ଦର୍ଶକମାନଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏଥିରେ ମୁଖ୍ୟ ବାଦ୍ୟଯନ୍ତ୍ର ସହଯୋଗୀତାରେ ଥିଲେ ଗୁରୁ ଶ୍ରୀ ଏକଲବ୍ୟ ମୁଦୁଲି (ମର୍ଦ୍ଦଳ), ଗୁରୁ ଶ୍ରୀ ବାଳକୃଷ୍ଣ ଜେନା (କଣ୍ଠ ସଙ୍ଗୀତ), ଗୁରୁ ଶ୍ରୀ ଦୟାନିଧି ବେହେରା (ବେହେଲା), ଗୁରୁ ଶ୍ରୀ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର) ଏବଂ ଗୁରୁ ଶ୍ରୀ ଦିଲ୍ଲୀପ କୁମାର (ମଞ୍ଜିରା) । ନୃତ୍ୟ ସଂଯୋଜନାରେ ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ ଏବଂ ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ ଶ୍ରୀ ମୀନତି ପ୍ରଧାନ, ସଞ୍ôଚତ କୁମାର ପ୍ରଧାନ, ଉଦ୍ଧବ ଭୋଇ । ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ କାର୍ଯ୍ୟ ପରି·ଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ପ୍ରତିଷ୍ଠାତା ଗୁରୁ ଶ୍ରୀମତୀ ମୀନତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଆବାହକ ସାଇ ନାରାୟଣ ବେହେରା, ଶ୍ରୀକାନ୍ତ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ନୃତ୍ୟଗୁରୁ, କଳାକାର, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ଏବଂ ଅନେକ ଦର୍ଶକ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ