ନୂଆ ଶିକ୍ଷା ନୀତି ମାଧ୍ୟମରେ ଢାଂଚାଗତ ପରିବର୍ତନ ଆଣିବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି ବୋଲି ଗୁରୁବାର ୱାର୍ଲଡ୍ ଇକୋନୋମିକ୍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ ଏଜେଣ୍ଡା’ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଦେଶରେ ଥିବା ଉଚ୍ଚାଭିଳାଷୀ, ଜ୍ଞାନୀ, ଦକ୍ଷ ଏବଂ ରୋଜଗାରକ୍ଷମ ମାନବସମ୍ବଳ ଉପରେ ଆଲୋକପାତ କରିଛନ୍ତି । ଏହାସହ ଭାରତ ଭବିଷ୍ୟତର ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ଓ ରୂରେଖ ପ୍ରସ୍ତୁତ କରିବା ଉପରେ ମଧ୍ୟ ମତବକ୍ତ କରିଥିଲେ । ସେ କହିଛନ୍ତି ଯେ ଦକ୍ଷତା ବିକାଶ ଉପରେ ପ୍ରଧାନ୍ୟ ଦେଉଥିବା ଭାରତ ସରକାର ନୂଆ ଶିକ୍ଷା ନୀତି ମାଧ୍ୟମରେ ଢାଂଚାଗତ ପରିବର୍ତନ ଆଣି ଛାତ୍ରଛାତ୍ରୀଙ୍କୁ ନୂଆ ସମ୍ଭାବନା ପାଇଁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଭାରତର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍ ଇଣ୍ଡିଆ ମହତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତଥା ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଫଳରେ କାର୍ଲିଫର୍ଣ୍ଣିଆରେ ଥିବା ଚାଳକବିହୀନ କାର୍ କମ୍ପାନୀରେ ସର୍ଭର, ଯୋଜନା, ଜ୍ଞାନକୌଶଳର ସାହାଯ୍ୟ ପୂର୍ବ ଭାରତର ଭୁବନେଶ୍ୱର ଭଳି ସହରର ମାନବସମ୍ବଳ ସାହାଯ୍ୟ କରୁଅଛି । ବାସ୍ତବରେ ସମାଜରେ କିଭଳି ମାନବ ସମ୍ବଳର ଦକ୍ଷତା, ଆକାଂକ୍ଷା, ଜ୍ଞାନକୌଶଳ ଏବଂ ନିଯୁକ୍ତିର ବ୍ୟବହାର କରୁଛେ ତାହା
ଉପରେ ମହାମାରୀ ସୁଯୋଗ ପ୍ରଦାନ କରିଛି । ଟେକ୍ନୋଲଜି, ଡିଜିଟାଲାଇଜେସନ ତଥା ଇଂଟରନେଟ୍ ସୁବିଧା ନୂଆ ତଥା ବର୍ତମାନ ମାନବସମ୍ବଳକୁ ନୂଆ ଦକ୍ଷତାକୁ ଉପଯୋଗ କରିବାର ସୁବିଧା ଯୋଗାଇଛି । ସ୍କିଲିଂ, ଅପସ୍କିଲିଂ, ରିସ୍କିଲିଂ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ମହାମାରୀ ପରବର୍ତୀ ସମୟରେ ସରକାର, ଶିଳ୍ପ, ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ କୌଶଳର ନୂଆ ରୂରେଖ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ