ନିର୍ବାଚନ  ଲଢିବେ ସମରେନ୍ଦ୍ର ମିଶ୍ର

ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଠିଆ କରିଛି । ସମରେନ୍ଦ୍ର ଏଆଇସିସିର ସଦସ୍ୟ ଓ ପିସିସିର ବରିଷ୍ଠ ମୁଖପାତ୍ର ଅଛନ୍ତି। ୨୦୦୪ରେ ନରସିଂହ ମିଶ୍ର ନିର୍ବାଚନ ଜିତିବା ପରେ ସମରେନ୍ଦ୍ର ରାଜନୀତିରେ ଯୋଗ ଦେଇଥିଲେ। ଆଉ ସେବେଠାରୁ ନରସିଂହ ମଧ୍ୟ ପୁଅ ସମରେନ୍ଦ୍ରଙ୍କୁ ପ୍ରୋଜେକ୍ଟ୍ କରି ଆସୁଥିଲେ। କଂଗ୍ରେସର ବିଭିନ୍ନ ସମାବେଶ ଓ କାର‌୍ୟ୍ୟକ୍ରମ ଆୟୋଜନରେ ସମରେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଜିଲ୍ଲା ଇସ୍ତାହାର କମିଟିର ମଧ୍ୟ ସେ ସଂଯୋଜକ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ