କଂଗ୍ରେସ କୁ କଟାକ୍ଷ କଲେ ଅମିତ ଶାହା
ବିଜେପି ଅଧ୍ୟକ୍ଷ ଅମିତ ଶାହା ସ୍ୟାମ ପିତ୍ରୋଦାଙ୍କ ବୟାନକୁ ନେଇ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ଦେଶ ଏବେ ସାଧାରଣ ନିର୍ବାଚନ ତରଫକୁ ତୀବ୍ର ଗତିରେ ଅଗ୍ରସର ହେଉଛି ବୋଲି ଅମିତ ଶାହା କହିଛନ୍ତି । ଏଭଳି ସମୟରେ କଂଗ୍ରେସର ବୈଦେଶିକ ମାମଲାରେ ସ୍ୟାମ ପିତ୍ରୋଦାଙ୍କ ତରଫରୁ ଆସିଥିବା ବୟାନ ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି ।
ଅମିତ ଶାହା ଏହି ସମୟରେ କଂଗ୍ରେସକୁ ତିନୋଟି ପ୍ରଶ୍ନ କରିଛନ୍ତି । ଶାହା କହିଛନ୍ତି, ପୁଲୱାମା ଆକ୍ରମଣ ଭଳି ଏକ ଜଘନ୍ୟ କାଣ୍ଡରେ ଦେଶ ଦୋହୋଲେଇ ହୋଇ ଯାଇଥିଲେ ବେଳେ କଂଗ୍ରେସ ଏହାକୁ ଏକ ସାମାନ୍ୟ ଘଟଣା ବୋଲି କହୁଛି । କଂଗ୍ରେସ କହୁଛି କି, କୌଣସୀ ଗୋଟିଏ ଲୋକର ଭୁଲ ଦ୍ୱାରା ଏକ ଦେଶକୁ ଦୋଷ ଦେଇ ପାରିବା ନାହିଁ ତେବେ କଂଗ୍ରେସ ପାକିସ୍ତାନ ପ୍ରତି ନରମ ଥିବା ସ୍ପଷ୍ଟ ହେଉଛି । କଂଗ୍ରେସର ପାକିସ୍ତାନ ସହ ସମ୍ପର୍କ ରହିଛି । ଆତଙ୍କବାଦୀ ଆକ୍ରମଣ ସମୟରେ ସର୍ଜିକାଲ ଷ୍ଟ୍ରାଇକ କିମ୍ବା ଏୟାର ଷ୍ଟ୍ରାଇକ କରିବା ଉଚିତ୍ ନୁହେଁ, ବାର୍ତାଳାପ କରିବା ଉଚିତ୍ । ତେବେ କଣ କଂଗ୍ରେସର ଆତଙ୍କବାଦ ବିରୋଧରେ ଏହି ନୀତି ରହିଛି । ଦେଶରେ ଏଭଳି ଆକ୍ରମଣ ଦ୍ୱାରା ସାଧାରଣ ଲୋକ ଏବଂ ଯବାନ ପୀଡିତ ହେଉଛନ୍ତି । କିନ୍ତୁ କଂଗ୍ରେସ ବାର୍ତାଳାପ କରିବାକୁ ଚାହୁଁଛି ।
ଶାହା ପୁଣି କହିଛନ୍ତି, ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରୁଛନ୍ତି ତେବେ ଭାରତୀୟ ବାୟୁ ସେନା ଉପରେ ସନ୍ଦେହ କରିବା କଣ କୌଣସୀ ଦଳ ଅଧ୍ୟକ୍ଷଙ୍କୁ ଶୋଭା ଦେଉଛି । ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦେଶର ଜନତା ଏବଂ ସହିଦଙ୍କ ପରିବାର ଠାରୁ କ୍ଷମା ମାଗିବା ଉଚିତ୍ । ଦେଶରେ ବିଜେପି ସରକାର ଆସିବା ପରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ । ଆମେ ଆତଙ୍କ ବିରୋଧରେ ଠିଆ ହୋଇଛୁ । କଂଗ୍ରେସ ସରକାରଙ୍କ ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କିନ୍ତୁ ସେମାନେ କେବଳ ବାର୍ତାଳାପ କରୁଥିଲେ । ଆମ ଯବାନ ସଫଳ ଏୟାର ଷ୍ଟ୍ରାଇକ କରି ଫେରିବା ହେଉଛି ମୋଦୀ ସରକାରଙ୍କର ଏକ କୂଟନୈତି


